ଓଡ଼ିଶା

ପୁଣି ଫେରିବ କି କରୋନା କାଳ! ମାସ୍କ ଓ ଟିକାକରଣ କଡ଼ାକଡ଼ି କରିବାକୁ ପରାମର୍ଶ

ଭୁବନେଶ୍ୱର, ଜୁନ୍ 23: ରାଜ୍ୟରେ ଉପରମୁହାଁ ହେଲାଣି କରୋନା ସଂକ୍ରମଣ । ବଢ଼ୁଥିବା ସଂକ୍ରମଣକୁ  ନଜରରେ ରଖି ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଧିରେ ଧିରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଆଗକୁ ମଧ୍ୟ ସଂକ୍ରମଣ ବଢ଼ିବ । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନଙ୍କର ଲକ୍ଷଣ ଦେଖାଦେଉଛି ସେମାନେ କୋଭିଡ ଟେଷ୍ଟ କରାନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ଆଗକୁ ଯଦି ଏହି ହାରରେ କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ ସରକାର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ହେଲେ ଅଧିକ ବେଡ ବ୍ୟବସ୍ଥା କରାଯିବ । ସେହିପରି ଟିକା ନେବା ସହ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Related Articles

Back to top button
WP Twitter Auto Publish Powered By : XYZScripts.com