ଓଡ଼ିଶା

କୋଟିଆ ଗସ୍ତରେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ

କୋରାପୁଟ : ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗସ୍ତ ପରେ କୋଟିଆରେ ପହଞ୍ଚିଲେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ନିକଟରେ  ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ ପି. ରାଜନ୍ନା ଦୋରା ଗସ୍ତ କରିଥିଲେ । ଯାହା କୋଟିଆ ବିବାଦକୁ ପୁଣି ଥରେ ତାଜା କରି ଦେଇଥିଲା । ଏହାର କିଛି ଦିନ ନ ପୁରୁଣୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କୋଟିଆ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଧ୍ର ଓ ଓଡ଼ିଶା ସୀମାରେ ଥିବା କୋଟିଆକୁ ଗସ୍ତ କରି ସତ୍ୟବ୍ରତ ସାହୁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ନବ ସ୍ଥାପିତ ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com