ଜାତୀୟ

ସଂଖ୍ୟାଲଘୁ ଯୁବକ ମଧ୍ୟ ହୁଅନ୍ତୁ ଅଗ୍ନିବୀର; କାନପୁର ମସଜିଦ୍‌ରେ ଯୁବକମାନଙ୍କୁ କରାଗଲା ଅପିଲ୍‌

କାନପୁର: କାନପୁରରେ କିଛି ମସଜିଦ୍‌ରେ ନମାଜ୍‌ ପାଠ ପୂର୍ବରୁ ଓ ପରେ ଯୁବକମାନଙ୍କୁ ଅଗ୍ନିବୀର ଯୋଜନାରେ ଆବେଦନ କରିବା ପାଇଁ ଅପିଲ୍‌ କରାଯାଇଛି। ଅଗ୍ନିବୀର ହୋଇ ଦେଶର ସେବା କରିବାର ଏହା ଏକ ଅବସର ବୋଲି ସେମାନଙ୍କୁ କୁହାଯାଇଛି।ୟତିମ୍ ଖାନା ଚୌରାହରେ ଥିବା ମସଜିଦ୍‌ର ଇମାମ୍‌ ମୌଲାନା ମେରାଜ୍‌ ଅଶରଫି କହିଛନ୍ତି ଆପଣମାନେ ନିଜର ପିଲାମାନଙ୍କୁ ଏଥିରେ ଆବେଦନ କରାନ୍ତୁ। ଏହା ଏକ ଭଲ ଅବସର ଯେଉଁଠି କେବଳ ରୋଜଗାର ନୁହେଁ ବରଂ ଦେଶ ସେବା କରିବାର ଏକ ସୁଯୋଗ ମିଳିବ ବୋଲି ସେ ଯୁବକମାନଙ୍କୁ କହିଛନ୍ତି।  ସୁନ୍ନି ଉଲମା# କାଉନସିଲର ମହାମନ୍ତ୍ରୀ ହାଜୀ ମହମ୍ମଦ ସଲିମ୍ କହିଛନ୍ତି ଅଗ୍ନିପଥ ସେବାକୁ ନେଇ ବିବାଦରେ ପଡ଼ିବାର ଆବଶ୍ୟକତା ନାହିଁ। ଏହା ୪ବର୍ଷ ପାଇଁ ହୋଇପାରେ କିନ୍ତୁ ଏହା ପରେ ମଧ୍ୟ ଅନେକ ସୁଯୋଗ ରହିଛି। ସେ କହିଛନ୍ତି କାଉନସିଲ୍‌ ତରଫରୁ ବିଭିନ୍ନ ମସଜିଦ୍‌ରେ ଯୁବକମାନଙ୍କୁ ଏହି ଯୋଜନାରେ ଆବେଦନ କରିବା ପାଇଁ ଅପିଲ କରାଯାଇଛି। ଏହା ଦେଶ ସେବା ସହିତ ମଧ୍ୟ ଯଡ଼ିତ। ଆମକୁ କେବଳ ରୋଜଗାର ମିଳିବ ନାହିଁ ବରଂ ଜନ୍ମଭୂମିର ସେବା କରିବା ପାଇଁ ସୁଯୋଗ ମିଳିବ।

Related Articles

Back to top button
WP Twitter Auto Publish Powered By : XYZScripts.com