ଓଡ଼ିଶା

ଇଂଲଣ୍ଡରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ରୋମ: ରୋମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସାକ୍ଷାତ ସମୟରେ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରବାସୀ ଓଡିଆ । ଏହି ପରିପ୍ରକ୍ଷୀରେ ବ୍ରିଟେନ୍‌ରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ନେଇ ଘୋଷଣା ହୋଇଛି । ଏଥି ପାଇଁ ଯାହା ବି ସହାୟତା ଦରକାର ତାହା ଯୋଗାଇବାକୁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି ବୋଲି ନବୀନ କହିଛନ୍ତି । ରୋମା ହାସଲର୍‌ ପଞ୍ଚତାରକା ହୋଟେଲରେ ୟୁରୋପର ୧୨ଟି ଦେଶର ପ୍ରାୟ ୫୦ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରବାସୀ ଓଡ଼ିଆଙ୍କ ସଫଳ କ୍ୟାରିୟରକୁ ନେଇ ନବୀନ ଖୁସିପ୍ରକାଶ କରିଥିଲେ ସହ ଆହୁରି ଅଧିକ ସଫଳ ହୁଅନ୍ତୁ ବୋଲି ଶୁଭେଚ୍ଛା ଜଣାଇଥିଲେ । ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ମଧ୍ୟ ଓ ଆବାସିକ କମିଶନ ରବିକାନ୍ତ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com