ସ୍ୱାସ୍ଥ୍ୟ

ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତକୁ ବଡ ଝଟକା : ରୋହିତ ଶର୍ମା କରୋନା ପଜିଟିଭ୍

ଲଣ୍ତନ,26/06/22: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ପୂର୍ବରୁ ରୋହିତ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛି ବିସିସିଆଇ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରୋହିତଙ୍କୁ ଆଇସୋଲେସନରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛି ବିସିସିଆଇର ମେଡିକାଲ ଟିମ୍ । ଗତବର୍ଷ ରୋହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୪ ଟେଷ୍ଟରେ ଚମତ୍କାର ବ୍ୟାଟିଂ କରି ୫୨.୨୭ ହାରରେ ୩୬୮ ରନ୍ କରିଥିଲେ । ଏଥିରେ ଏକ ଶତକୀୟ ଇନିଂସ ମଧ୍ୟ ସାମିଲ ଥିଲା । ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ରହିଛି । ଏହି ସିରିଜ୍‌ର ଶେଷ ମ୍ୟାଚ୍ ଗତବର୍ଷ କରୋନା ପାଇଁ ସ୍ଥଗିତ ରହିଥିଲା, ଯାହା ଜୁନ୍ ୧ରେ ଖେଳାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com