ଓଡ଼ିଶା

ନିଲମ୍ବିତ ହେଲେ ଥାନା ଆଇଆଇସି ସସ୍ମିତା ରାଣା

କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମାହୂତୀ ଘଟଣାରେ ନିଲମ୍ବିତ ହେଲେ ଥାନା ଆଇଆଇସି ସସ୍ମିତା ରାଣା । କାର୍ଯ୍ୟରେ ଅବହେଳା ଯୋଗୁଁ ସସ୍ମିତାଙ୍କୁ ନିଲମ୍ବିତ କରାଯାଇଛି । ଜମିଜମା ବିଦାଦକୁ ନେଇ ବାରମ୍ବାର ଥାନାକୁ ଦୌଡି ନିରାଶ ହେବା ପରେ କିଶନନଗର ଥାନା ସମ୍ମୁଖରେ ଗୁଣନିଧି ବିଶୋୟୀ ନାମକ ଯୁବକ ଆତ୍ମାହୂତୀ ଉଦ୍ୟମ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କୁ ସୁପାରିଶ କରିଥିଲେ କଟକ ଗ୍ରାମାଞ୍ଚଳ ଥାନା ଏସପି । କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଫଳରେ ଯୁବକଙ୍କ ଶରୀରର ପ୍ରାୟ ୯୦ଭାଗ ଜଳିଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com