ଜାତୀୟରାଜନୀତି

ସଂଜୟ ରାୱତଙ୍କୁ ଦ୍ୱିତୀୟ ନୋଟିସ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମହାରାଷ୍ଟ୍ରରେ କ୍ଷମତା ଦଖଲକୁ ନେଇ ଲାଗି ରହିଛି ହାଇ ଡ୍ରାମା । ଏହାରି ମଧ୍ୟରେ ଏବେ ଆକ୍ସନ ମୋଡକୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାତ୍ରା ଚାୱଲ ଜମି ଦୁର୍ନୀତି ମାମଲାରେ ଶିବସେନାର ରାଜ୍ୟସଭା ସାଂସଦ ସଂଜୟ ରାୱତଙ୍କୁ ହାଜର ହେବାକୁ ଦ୍ୱିତୀୟଥର ପାଇଁ ନୋଟିସ କରାଯାଇଛି । ଏହି ନୋଟିସରେ ତାଙ୍କୁ ଜୁଲାଇ ୧ ତାରିଖରେ ହାଜର ହେବାକୁ ନୋଟିସ ହୋଇଛି । ଏହାସହ ଏହି ମାମଲା ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସାଥିରେ ନେବାକୁ ସଂଜୟ ରାୱତଙ୍କୁ କୁହାଯାଇଛି । କହିରଖୁ କି ଏହା ପୂର୍ବରୁ ସମାନ ମାମଲାରେ ଇଡିରେ ହାଜର ହେବାକୁ ନୋଟିସ କରାଯାଇଥିଲା । ସେହି ନୋଟିସରେ ସଂଜୟଙ୍କୁ ଜୁନ ୨୮ ଅର୍ଥାତ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା   । ହେଲେ କିଛି କାରଣ ଦର୍ଶାଇ ସଂଜୟ ରାୱତ ଇଡିରେ ହାଜର ହେବା ପାଇଁ ସମୟ ମାଗିଥିଲେ ।ଆଜିର ଏହି ନୋଟିସ ପରେ ପ୍ରତିକ୍ରିୟା ରଖିଛନ୍ତି ସଂଜୟ ରାୱତ । ସେ କହିଛନ୍ତି କି କୌଣସି ପରିସ୍ଥିତିରେ ସେ ପଛକୁ ଫେରିବେ ନାହିଁ । ସେ କହିଛନ୍ତି କି ମହରାଷ୍ଟ୍ରରେ ଦେଖାଦେଇଥିବା କ୍ଷମତା ସଂକଟରେ ଶିବସେନାକୁ ହରାଇବାକୁ କେନ୍ଦ୍ର ସରକାର ଇଡିକୁ ଏଭଳି ବ୍ୟବହାର କରୁଛନ୍ତି । ହେଲେ କେନ୍ଦ୍ର ସରକାର ଯେଭଳି ଭାବେ ଜାତୀୟ ଯାଂଚ ଏଜେନ୍ସିଗୁଡିକୁ ନିଜ ସ୍ୱାର୍ଥରେ ବ୍ୟବହାର କରୁଛନ୍ତି ସେଥିରେ ସେ ମୁଣ୍ଡ ନୁଆଁଇବେ ନାହିଁ କି ଗୌହାଟୀ ରାସ୍ତା ଆପଣାଇବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com