Breaking NewsFeaturedରାଜନୀତି

ମାଲ୍ୟଗିରି ସିନେମାରେ ସହଯୋଗ କରିଥିବା ଯୁବକଙ୍କୁ ମିିଳିନି ପ୍ରାପ୍ୟ

ଆକ୍ସନ, ରୋମାନ୍ସ ଓ ସସପେନ୍ସରେ ଭରପୂର ମାଲ୍ୟଗିରି ସିନେମା । ଦଶହରାରେ ରିଲିଜ ହୋଇଥିବା ଏହି ସିନେମା ପୁଜା ବଜାରରେ ହଇଚଇ ସୃଷ୍ଟି କରିଥିଲା । ଏବେ ବିି ଦର୍ଶକଙ୍କ ମଧ୍ୟରେ ଏହି ସିନେମାର କ୍ରେଜ କମିନି । ପାଲଲହଡାର ଭାଷା ଓ ଚାଲିଚଳନୀକୁ ନେଇ ଏହି ଫିଲ୍ମ ତିଆରି ହୋଇଥିବା ବେଳେ ଏଥିରେ ଲଭ ଷ୍ଟୋରି ସହ ଆକ୍ସନ ମଧ୍ୟ ରହିଛି । ରେନଡ୍ରପ ପିକୃର୍ସ ଏବଂ କିଭସ ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଛି । ପାହାଡ ପର୍ବତ ଓ ଆଦିବାସୀ ଚଳଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ଭିନ୍ନ ଭୂମିକାରେ ନଜର ଆସିଛନ୍ତି ବାବୁଶାନ ଓ ଅମ୍ଲାନ । ସେହିଭଳି ନାୟିକା ଭାବେ ଶିବାନୀ ସଙ୍ଗୀତା, ସୂର୍ଯ୍ୟମୟୀ ଓ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି ।ଓଡିଶାର ପାହାଡ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଭାଷା ଏହି ଫିଲ୍ମରେ ସ୍ଥାନିତ କରାଯାଇଛି । ତେବେ ସୁପର ଡୁପର ହୋଇଥିବା ଏହି ମାଲ୍ୟଗିରି ସିନେମାକୁ ନେଇ ଏବେ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ମାଲ୍ୟଗିରି ଫିଲ୍ମରେ ସହଯୋଗ କରିଥିବା ଯୁବକଙ୍କୁ ଏଯାଏଁ ସେମାନଙ୍କ ପ୍ରାପ୍ୟ ମିଳିନଥିବା ଭଳି ଅଭିଯୋଗ ଆସିଛି । ସେମାନଙ୍କ ଅଭିଯୋଗ ଅନୁସାରେ ମାଲ୍ୟଗିରି ସିନେମା ସୁଟିଂ ସମୟରେ ସେମାନଙ୍କୁ କୁହାଯାଇଥିଲା ଯେ, ଯାହା ବି ଖର୍ଚ୍ଚ ହେଉ ତାହା ପ୍ରଡକ୍ସନ ଟିପାର୍ଟମେଣ୍ଟ ଦେବ । ହେଲେ ଫିଲ୍ମ ସେଷ ହୋଇଗଲା ଏମିତିକି ରିଲିଜ ମଧ୍ୟ ହୋଇଗଲା ହେଲେ ଏହି ଯୁବକ ମାନଙ୍କୁ କୁଆଡେ ଟଙ୍କାଟିଏ ମିଳିଲାନି ।

ଫିଲ୍ମ ସୁଟି ସମୟରେ ଖାଦ୍ୟ ପେୟଠୁ ଆରମ୍ଭ କରି ଘର ଭଡା ପର୍ଯ୍ୟନ୍ତ ଏ ସବୁ ପାଇଁ କୁଆଡେ ଖର୍ଚ୍ଚ ହୋଇଥିଲା ୯୬ ହଜାର ୫୦୦ ଟଙ୍କା । ହେଲେ ଟଙ୍କାଟିଏବି ନଦେଇ ଚାଲିଗଲେ । ଆଉ ଗଲାବେଳେ ଯେଉଁ ଚେକଟି ଦେଇଯାଇଥିଲେ ତାହା କୁଆଡେ ୨୦ ଦିନ ପରେ ଟିପୋଜିଟ କଲାବେଳକୁ କାମ କରୁନି । ଆଉ ତା ପରେ ଏବେ ମାମଲା ଯାଇ ଥାନାରେ । ଏହି ଅଭିଯୋଗ ଆସିଛି ମଲ୍ୟଗିରି ଫିଲ୍ମର ପ୍ରଡୁ୍ୟସରଙ୍କୁ ନେଇ । ଏହି ପ୍ରଡୁ୍ୟସର ରିଙ୍କୁ ଜେନା ଓ ପ୍ରଡୁ୍ୟସର ମ୍ୟାନେଜର ଚିତ୍ତରଞ୍ଜନ ପ୍ରଧାନ ଥିବା ବେଳେ ଫିଲ୍ମର ଡାଇରେକ୍ଟର ଭାବେ ଶଶିର ସାହୁ ଓ ପିନାକି ଥିଲେ । ତେବେ ଏହି ଅଞ୍ଚଳରେ ଫିଲ୍ମ ସୁଟିଂ ପାଇଁ ପାଲଲହଡା ଅଞ୍ଚଳକୁ ବଛାଯାଇଥିଲା ।

ଆଉ ଯୁବତ ଅମିତ ସାହୁ, ସୁସିଲ ବାରିକ, ଭୂପେନ ନାୟକ , ଜଶନ ନାଏକ ଓ ତାଙ୍କ ସହଯୋଗୀ ମାନଙ୍କୁ ନିୟୋଜିତ କରାଯାଇଥିଲା । ଆଉ ଏମାନେ ସମସ୍ତେ ଫିଲ୍ମ ସୁଟିଂ ସମୟରେ ସହଯୋଗ କରିଥିଲେ । ନିଜ ପକେଟରୁ ଟଙ୍କାସାରି ଫିଲ୍ମରେ ଆବଶ୍ୟକ ହେଉଥିବା ଜିନିଷ ଯୋଗାଉଥିଲେ । ଆଉ ଫିଲ୍ମ ସରିଲେ ହିସାବ କରି ଟଙ୍କା ଦିଆଯିବ ବୋଲି କହି ଫିଲ୍ମ ଅଧାରୁ ଫେରାର ହୋଇଯିବାକୁ ଉଦ୍ୟମ କରୁଥିଲେ । ଖବର ପାଇ ସ୍ଥନୀୟ ପୁଲିସ ପ୍ରଡୁ୍ୟସର ମ୍ୟାନେଜରଙ୍କୁ ପାଲଲହଡା ଥାନାକୁ ଅଣାଯାଇଥିଲା । ସେଠାରେ ୯୬ ହଜାର ୫୦୦ ଟଙ୍କାର ଏକ ଚେକ ରିଙ୍କୁ ଜେନା ଦେଇଥିଲେ । ହେଲେ ପରେ ଯେତେବେଳେ ଚକେଟି ବ୍ୟାଙ୍କରେ ଲଗାଯାଇଥିଲା ତାହା ବାଉନ୍ସ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ରିଙ୍କୁ ଜେନାଙ୍କୁ କଲ କରିଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ । ଫଳ ରେ ଯୁବକ ମାନେ ପାଲଲହଡା ଥାନାରେ ରିଙ୍କୁ ଜେନା ଓ ଚିତ୍ତରଞ୍ଜନ ପ୍ରଧାନଙ୍କ ନାମରେ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com