ଓଡ଼ିଶା

ଘରୋଇ କଳିରୁ ସର୍ବନାଶ ! ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ସମ୍ବଲପୁର: ସମ୍ବଲପୁର ଚିପିଲିମା ଫୁଟବଲ ଫିଲ୍ଡ ହରିଜନ ପଡାରେ ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ମୃତକ ଜଣକ ହେଲେ ମୀନତି ବନଛୋର ।

ଖବର ଅନୁଯାୟୀ, କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ବାମୀ ଧିରେନ ଉତ୍ୟକ୍ତ ହୋଇ ଏକ ବଡ ବାଡିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମିନତୀ ଅଭିଯୁକ୍ତ ଧିରେନ ବନଛୋରର ତୃତୀୟ ସ୍ତ୍ରୀ ବୋଲି ଜଣା ପଡିଛି । ଅଭିଯୁକ୍ତକୁ ଚିପିଲିମା ପୋଲିସ ଗିରଫ କରିଛି । ଚିପିଲିମା ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com