ଜାତୀୟମନୋରଞ୍ଜନ

ବଲିଉଡ୍‌ ସେଲେବ୍‌ଙ୍କ ଠାରୁ ଭିନ୍ନ ହେବ ସଂଗ୍ରାମ-ପାୟଲଙ୍କ ବିବାହ, ଜାଣନ୍ତୁ କାରଣ

ନୂଆଦିଲ୍ଳୀ: ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ପାୟଲ ରୋହତଗି ଏବଂ ସଂଗ୍ରାମ ସିଂ ବିବାହକୁ ନେଇ ଖୁବ୍‌ ଆଲୋଚନା କରୁଛନ୍ତି। ପାୟଲ ଓ ସଂଗ୍ରାମ ସିଂ ଦୁହିଁଙ୍କର ହାତଗଣ୍ଠି ଆଗ୍ରାରେ ପଡିବ । ବିବାହକୁ ନେଇ ଧୀରେ ଧୀରେ ନୂଆ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତ ପ୍ରଶଂସକଙ୍କୁ ଖୁସି କରିବ। ଦୁହେଁ  ଏପରି କିଛି କରିବାକୁ ଯାଉଛନ୍ତି ଯାହା ଆଜି ପର୍ଯ୍ୟନ୍ତ କୌଣସି ସେଲିବ୍ରିଟି କରିନାହାଁନ୍ତି।

ଏହି ସମୟରେ ବର ଏବଂ କନ୍ୟା ପାଖରେ ନିଶ୍ୱାସ ନେବାକୁ ମଧ୍ୟ ସମୟ ନାହିଁ। କିନ୍ତୁ ଆପଣ ଶୁଣିଛନ୍ତି କି ବର ଏବଂ କନ୍ୟା ଦୁହେଁ ୨୦୦ ପଶୁ, ୧୦୦ଅନାଥ ପିଲାଙ୍କୁ ଖାଇବାକୁ ଦେଇଛନ୍ତି ଏବଂ ବିବାହ ଦିନ ୧୦୦ ଟି ଗଛ ଲଗାଇଛନ୍ତି। ହଁ, ଆମ ଇଣ୍ଡଷ୍ଟ୍ରିରେ ଏଭଳି କେହି କରି ନାହାନ୍ତି। କିନ୍ତୁ ସଂଗ୍ରାମ –ପାୟଲ ଦୁହେଁ ଏହି ଉତ୍ତମ କାର୍ଯ୍ୟରୁ ଦିନ ଆରମ୍ଭ କରିବେ।

କହିବାକୁ ଗଲେ ଯେ ପୂର୍ବରୁ ଶୁଣିବାକୁ ମିଳୁଥିଲା କି  ପାୟଲ ତାଙ୍କ ଜନ୍ମଦିନରେ ବିବାହ କରିବେ ବୋଲି। କିନ୍ତୁ ଏହା ପରେ ବଦଳି ଯାଇଥିଲା ଜୁଲାଇ ୯ରେ ଆଗ୍ରାସ୍ଥିତ ଜେପି ପ୍ୟାଲେସରେ ବିବାହ ରୀତିନୀତି ଅନୁଷ୍ଠିତ ହେବ। ଯେଉଁଠାରେ ହଲଦି, ମେହେନ୍ଦି ଏବଂ ସଂଗୀତର କାର୍ଯ୍ୟକ୍ରମ ହେବ। ବିବାହ କୌଣସି ବଡ ମନ୍ଦିରରେ କରାଯିବ। ଏହା ପରେ ଦିଲ୍ଲୀ ଏବଂ ମୁମ୍ବାଇରେ  ଉଭୟେ ମଧ୍ୟ ସେମାନଙ୍କର ନିକଟତର ଲୋକଙ୍କୁ ରିସେପ୍ସନ୍ ଦେବେ।

Related Articles

Back to top button
WP Twitter Auto Publish Powered By : XYZScripts.com