ଜାତୀୟ

ଦଶମ ଏବଂ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସ୍ଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା

ଦଶମ ଏବଂ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସ୍ଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ଏହାର ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ପୋଷ୍ଟ କରାଯାଇଛି । ଏହି ଅନୁଯାୟୀ, ୨୦୨୪ ମସିହାରେ CBSE ବୋର୍ଡ ପରୀକ୍ଷା ପାଇଁ ହାଜର ହେଉଥିବା ଛାତ୍ରମାନଙ୍କୁ ଡିଭିଜନ୍, Rank କିମ୍ବା ଏଗ୍ରିଗେଟ୍ ମାର୍କ ଦିଆଯିବ ନାହିଁ।

ନୂତନ ଶିକ୍ଷା ନୀତି ୨୦୨୦ କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ଜଗତରେ ଅନେକ ପରିବର୍ତ୍ତନ କରାଯାଉଛି। ସିବିଏସ୍ଇ ବୋର୍ଡର ଏହି ପଦକ୍ଷେପ ସହିତ ବୋର୍ଡ ପ୍ରାର୍ଥୀଙ୍କ ଉପରେ ଫଳାଫଳର କମ୍ ଚାପ ରହିବ ଏବଂ ସେମାନେ ଏକ ଭଲ ଉପାୟରେ ପ୍ରସ୍ତୁତ ହୋଇପାରିବେ। ସିବିଏସ୍ଇ ବୋର୍ଡର ସମ୍ପୂର୍ଣ୍ଣ ବିଜ୍ଞପ୍ତି ଏବଂ କଲେଜରେ ଆଡମିଶନ ପାଇଁ କେଉଁ ପ୍ରକ୍ରିୟା ଅନୁସରଣ କରାଯିବ ତାହା ଆସନ୍ତୁ ଜାଣିବା।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୪ ରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ କୌଣସି ଡିଭିଜନ, କିମ୍ବା ଏଗ୍ରିଗେଟ୍ ଦେବ ନାହିଁ । ଏହା ବ୍ୟତୀତ ବୋର୍ଡ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ମାର୍କର ଶତକଡ଼ା CBSE ଦ୍ୱାରା ଗଣନା କରାଯିବ ନାହିଁ। ସିବିଏସ୍ଇ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡା. ସ୍ୱୟମ ଭରଦ୍ୱାଜଙ୍କ ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com