ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତିଶିକ୍ଷା

ମହାକାଶରୁ ଦେଖିବାକୁ ମିଳିଲା ବିରଳ ସୂର୍ଯ୍ୟ ପରାଗ ଦୃଶ୍ୟ

ଆମେରିକା – ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ‘ନାସା’ ନିକଟରେ ରହିଛି ଏମିତି ଯନ୍ତ୍ର ଯାହା ମାଧ୍ୟମରେ ସୂର୍ଯ୍ୟକୁ ସିଧାସଳଖ ଦେଖାଯାଇ ପାରିବ। ମହାକାଶରେ ଏମିତି ହିଁ ଏକ ଖାସ୍ ଯନ୍ତ୍ର ଆଂଶିକ ସୂର୍ଯ୍ୟପରାଗର ଫଟୋ ଉତ୍ତୋଳନ କରିଛି । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟର ନିକଟ ଦେଇ ଗତି କରୁଥିଲା । ପରାଗ ଶେଷ ଅବସ୍ଥାରେ ଥିଲା ଏବଂ ଚନ୍ଦ୍ର ସୂର୍ଯ୍ୟର ୬୭ ପ୍ରତିଶତ ଅଂଶକୁ ମାଡି ସାରିଥିଲା । ଏହି ପରାଗ ପୃଥିବୀକୁ ଦୃଶ୍ୟମାନ ହୋଇନଥିଲା ବେଳେ ଏହା ଅକ୍ଟୋବର ୨୫ରେ ପୃଥିବୀରେ ଦେଖିବାକୁ ମିଳିବ। ବିଶେଷ କରି ୟୁରୋପ, ଉତ୍ତର ଆଫ୍ରିକା, ମଧ୍ୟ ପୂର୍ବ ଏସିଆର ପଶ୍ଚିମ ଭାଗରେ ଏହା ଦୃଶ୍ୟମାନ ହେବ । ଜୁନ ୨୯ ରେ ଅବଜରଭେଟାରୀ ଏବଂ ସୂର୍ଯ୍ୟ ମଝିରେ ଚନ୍ଦ୍ର ଗତି କରୁଥିଲା ବେଳେ ଏହି ଦୃଶ୍ୟ ଉତ୍ତୋଳିତ ହୋଇଥିଲା । ସୌର ଗତିବିଧି ଅନ୍ତରୀକ୍ଷର ପାଣିପାଗ କେମିତି ସଞ୍ଚାଳନ କରିଥାଏ, କୋରୋନଲ ମାସ ଇଜେକ୍ସନ ପୃଥିବୀରେ ସୌର ଝଡ କେମିତି ସୃଷ୍ଟି କରିଥାଏ, ତାହା ଉପରେ ଗବେଷଣା ପାଇଁ ସୋଲାର ଡାୟନାମିକ୍ସ ଅବଜରଭେଟାରୀ ୨୪ ଘଣ୍ଟା କାର୍ଯ୍ୟ କରୁଛି । ଏହି ବିରଳ ସୂର୍ଯ୍ୟ ପରାଗର ଦୃଶ୍ୟକୁ ନାସା ନିଜର ୟୁଟ୍ୟୁବରେ ଛାଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com