ଜାତୀୟ

ଜୀ ନ୍ୟୁଜକୁ ଅଲବିଦା କହିଲେ ସୁଧୀର ଚୌଧରୀ, ଏବେ ନିଜେ ଗଢିବେ ଉଦ୍ୟୋଗ

ନୂଆଦିଲ୍ଲୀ: ଜୀ ନ୍ୟୁଜର ସିଇଓ ତଥା ମୁଖ୍ୟ ସମ୍ପାଦକ ସୁଧୀର ଚୌଧରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ବର୍ଷ ଧରି ଜୀ ନ୍ୟୁଜ ସହ ଥିବା ସମ୍ପର୍କକୁ ସେ ଛିନ୍ନ କରିଛନ୍ତି । ସୁଧୀର ଏସେଲ୍ସ ଗ୍ରୁପର ମୁଖ୍ୟ ସୁଭାଷ ଚନ୍ଦ୍ରାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

ନିଜ ଇସ୍ତଫା ପତ୍ରରେ ସୁଧୀର ଲେଖିଥିଲେ ଯେ, ସେ ନିଜେ ନିଜର ଏକ ସଂସ୍ଥା ଖୋଲିବାକୁ ଚାହୁଁଛନ୍ତି । ବହୁତ ଭାବିଚିନ୍ତି ଏପରି ନିଷ୍ପତ୍ତି ନେଇଛନ୍ତି । ଏହାସହ ଭବିଷ୍ୟତ ପାଇଁ ସେ ସୁଭାଷ ଚନ୍ଦ୍ରାଙ୍କଠୁ ଆଶୀର୍ବାଦ ମଧ୍ୟ ଲୋଡିଛନ୍ତି ।

ଆହୁରି ମଧ୍ୟ ସୁଧୀର ସୁଭାଷଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରିଛନ୍ତି ଯେ, ସେ ଯେଉଁ ନୂଆ ଉଦ୍ୟୋଗ ଆରମ୍ଭ କରିବା ତାହା ତାଙ୍କୁ ଖୁସି କରିବ ଏବଂ ନିଜେ ସେ ଗର୍ବ ଅନୁଭବ କରିବେ । ତେବେ ସୁଧୀର ନିଜର କ୍ୟାରିଅର ଜୀ ନ୍ୟୁଜରୁ ଆରମ୍ଭ କରିଥିଲେ । ଦୀର୍ଘ ୩୦ ବର୍ଷ ଧରି ସେ ଟିଭି ନ୍ୟୁଜ୍ ଇଣ୍ଡଷ୍ଟ୍ରି ସହ ଜଡିତ ରହିଛନ୍ତି ।

ପୂର୍ବରୁ ମଧ୍ୟ ଛାଡିଥିଲେ ଜୀ ନ୍ୟୁଜ୍

୨୦୦୩ରେ ସୁଧୀର ଜୀ ନ୍ୟୁଜ୍ ଛାଡିଥିଲେ । ଏହାପରେ ସାହାରାରେ ସାମିଲ ହୋଇଥିଲେ । ସେ ସାହାରା ସମୟକୁ ଲଞ୍ଚ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ପରେ ସେ କିଛି ସମୟ ପାଇଁ ଇଣ୍ଡିଆ ଟିଭି ସହ ଜଡିତ ଥିଲେ । ତେବେ ୨୦୧୨ରେ ସେ ପୁଣି ଜୀ ନ୍ୟୁଜରେ ସାମିଲ ହୋଇଥିଲେ ଓ ନିଜର ପ୍ରାଇମ୍ ଟାଇମ୍ ସୋ ଡିଏନଏର ସଞ୍ଚାଳନ କରିଥିଲେ । ଯାହା ଖୁବ୍ ଲୋକପ୍ରିୟ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com