ଓଡ଼ିଶା

ରାଜ୍ୟରେ ନିଖୋଜ ବାଳକ ସଂଖ୍ୟାର ପ୍ରାୟ ୫ଗୁଣା ବାଳିକା ଓ ୨୦ଗୁଣ ମହିଳା ନିଖୋଜ : ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବରରାଜ୍ୟରେ ଯେତିକି ସଂଖ୍ୟାରେ ବାଳକ ନିଖୋଜ ହେଉଛନ୍ତି ତାହାର ପ୍ରାୟ ୫ଗୁଣା ବାଳିକା ଓ ପ୍ରାୟ ୨୦ଗୁଣ ମହିଳା ରହିଛନ୍ତି । ରାଜ୍ୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି ।

ବିଜେଡି ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୧୯ ମସିହାରେ ରାଜ୍ୟର ୫୩୮ଜଣ ବାଳକ ନିଖୋଜ ହୋଇଥିବା ବେଳେ ୨୬୯୩ ଜଣ ବାଳିକା ଓ ୯୬୮୭ଜଣ ମହିଳା ନିଖୋଜ ହୋଇଥିଲେ । ଏହି ସମୟରେ ନିଖୋଜ ବାଳକଙ୍କ ମଧ୍ୟରୁ ୪୭୭ଜଣଙ୍କୁ ଠାବ କରାଯାଇଥିବା ବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୨୨୯୮ ଓ ୪୭୯୬ ରହିଥିଲା ।

ସେହିଭଳି ୨୦୨୦ ମସିହାରେ ୩୩୯ ଜଣ ବାଳକ ନିଖୋଜ ହୋଇଥିବା ବେଳେ ୨୫୫୮ଜଣ ବାଳିକା ଓ ୮୯୭୦ଜଣ ମହିଳା ନିଖୋଜ ହୋଇଥିଲେ । ନିଖୋଜ ବାଳକଙ୍କ ମଧ୍ୟରୁ ୨୭୯ଜଣଙ୍କ ପତ୍ତା ମିଳିଥିବା ବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୨୦୬୧ ଓ ୩୬୭୦ ରହିଥିଲା ।

ଗତବର୍ଷ ଅର୍ଥାତ ୨୦୨୧ରେ ସମଗ୍ର ରାଜ୍ୟରେ ୨୧୯ଜଣ ବାଳକ ନିଖୋଜ ହୋଇଥିବା ବେଳେ ୨୪୫୨ ଜଣ ବାଳିକା ଓ ୭୩୧୬ ଜଣ ମହିଳା ନିଖୋଜ ହୋଇଥିଲେ । ନିଖୋଜ ବାଳକଙ୍କ ମଧ୍ୟରୁ ୧୫୧ଜଣ ଠାବ ହୋଇଥିବା ବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୧୫୧୨ ଓ ୧୪୫୪ ରହିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com