ଓଡ଼ିଶା

ଉଚ୍ଚ ନ୍ୟାୟାଳୟରେ ଶତ ପ୍ରତିଶତ ବିଚାରପତି ପଦ ପୂରଣ ଲକ୍ଷ୍ୟ

କଟକ : କରୋନା ମହାମାରୀ ଯୋଗୁଁ ପ୍ରଭାବିତ ବିଚାର ବ୍ୟବସ୍ଥାକୁ ସଜାଡ଼ିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଏବଂ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିଭିନ୍ନ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ବିଚାରପତି ପଦରେ ଶତପ୍ରତିଶତ ନିଯୁକ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ପାଇଁ ମଞ୍ଜୁର ସମସ୍ତ ୩୪ଟି ବିଚାରପତି ପଦରେ ଶତପ୍ରତିଶତ ନିଯୁକ୍ତି ଦିଆଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଭଳି ପ୍ରତି ରାଜ୍ୟର ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ମଧ୍ୟ ଶତ ପ୍ରତିଶତ ବିଚାରପତି ନିଯୁକ୍ତି ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ଖାଲି ବିଚାରପତି ପଦଗୁଡ଼ିକୁ ପୂରଣ କରିବା ଲାଗି ଖୁବ୍‍ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ଉଚ୍ଚ ନ୍ୟାୟାଳୟ କଲେଜିୟମଗୁଡ଼ିକ ସାମ୍ଭବ୍ୟ ବିଚାରପତି ସୁପାରିସ ତାଲିକା ସର୍ବୋଚ୍ଚ ନ୍ୟାୟାଳୟ କଲେଜିଅମକୁ ପ୍ରଦାନ କରିବେ। ଏହି କ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଖାଲି ବିଚାରପତି ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହ କଲେଜିୟମ ସୁପାରିସ ସମ୍ଭାବନା ରହିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳରେ ବିଚାରପତି ନିଯୁକ୍ତି ଲାଗି କଲେଜିୟମ ଦୁଇଟି ସୁପାରିସ କରିଥିବା ବେଳେ ଆଗାମୀ ଦିନରେ ତୃତୀୟ ସୁପାରିସ ସମ୍ଭାବନା ସୃଷ୍ଟି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com