ଜାତୀୟରାଜନୀତି

ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଗିରଫ। ବୁଧବାର ଗୋମତିପୁର ପୁଲିସ୍ ମହିଳାଙ୍କୁ ଗିରଫ କରିଛି। କୋର୍ଟରେ ସାଖି ନଦେବା କାରଣରୁ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ କୋର୍ଟ ମହିଳାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଥିଲେ।

ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରଜାପତି ଓ ଅନ୍ୟ ୬ ଜଣଙ୍କ ବିରୋଧରେ ଚିତ୍ରକୁଟରେ ରହୁଥିବା ଜଣେ ମହିଳା ତାଙ୍କ ୬ ବର୍ଷର ନାବାଳିକା ଝିଅକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ, ମହିଳାଙ୍କ ମହିଳା ଜଣଙ୍କ ମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ। ଯେଉଁଠାରେ ମନ୍ତ୍ରୀ ଓ ତାଙ୍କ ସହଯୋଗୀମାନେ ନିଶା ଦେଇ ତାଙ୍କୁ ବେହୋସ୍ କରିବା ପରେ ତାଙ୍କ ନାବାଳିକା ଝିଅ ସହିତ ଦୁଷ୍କର୍ମ କରିଥିଲେ।

Related Articles

Back to top button