ଓଡ଼ିଶା

୯ଟି ଜିଲ୍ଲାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରଏଆର୍‍ସି ପ୍ରତିଷ୍ଠା କରାଯିବ

ଓଡ଼ିଶାର ଆଉ ୯ଟି ଜିଲ୍ଲାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରଏଆର୍‍ସି ପ୍ରତିଷ୍ଠା କରାଯିବ । ପ୍ରତି କେନ୍ଦ୍ର ପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯିବ । ଏହାଦ୍ୱାରା ଆଜନ୍ମ କିମ୍ବା ଦୁର୍ଘଟଣାରେ ଶିକାର ହୋଇ ଅଙ୍ଗ ହରାଇଥିବା ଦିବ୍ୟାଙ୍ଗଙ୍କୁ ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ।

ତେବେ ରାଜ୍ୟରେ ଏବେ ଖୋର୍ଦ୍ଧା, ଅନୁଗୁଳ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ରହିଛି । ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପାଇଁ ସେଠାକୁ ଯିବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com