ଓଡ଼ିଶା

ମାଟ୍ରିକ୍ ପରୀକ୍ଷାରେ ସଫଳ ହେଲେ ଚାଷୀ ପରିବାରର ଝିଅ, ୬୦୦ ରୁ ରଖିଲେ ୫୮୩ ନମ୍ୱର

ସମ୍ୱଲପୁର: ମାଟ୍ରିକ ପରୀକ୍ଷା ଫଳରେ ୫୮୩ ମାର୍କ ରଖି ଯୁଗ୍ମ ଭାବରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କଲେ ଚାଷୀ ପରିବାରର ଝିଅ । ସମ୍ୱଲପୁର କଲମାଟି ଗ୍ରାମର ଚାଷୀ ଗୋକୁଳାନନ୍ଦ ପ୍ରଧାନଙ୍କ ଝିଅ ଗୀତିକା ପ୍ରଧାନ ଜିଲ୍ଲା ପାଇଁ ଏହି ଗର୍ବ ଆଣିଛନ୍ତି । ସେ ୬୦୦ ମାର୍କରୁ ୫୮୩ ମାର୍କ ରଖି ଏହି ସଫଳତା ହାତେଇଛନ୍ତି ।

ଗୋବିନ୍ଦପାଲି ଶିଶୁ ମନ୍ଦିର ଛାତ୍ରୀ ଗୀତିକା ଏହାର ଶ୍ରେୟ ମାଁ ବାପା ଓ ଶିକ୍ଷକ ଶିକ୍ଷୟିତ୍ରୀ ଦେବା ସହ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଥିବା କହିଛନ୍ତି । ତେବେ ଏହି ଖବର ଆସିଲା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଖବର ପାଇ କଲାମାଟି ସରପଂଚ ସୁଷମା ସାହୁ ତାଙ୍କ ଘରକୁ ଯାଇ ଘରକୁ ଯାଇ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com