ଅନ୍ତର୍ଜାତୀୟଜାତୀୟ

ବୋରିସ୍ ଜନସନଙ୍କ ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ? ଦୌଡରେ ସବୁଠୁ ଆଗରେ ଏହି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ବୋରିସ୍ ଜନସନ  ନିଜ ପଦରୁ ହଟିବା ପରେ କିଏ ହେବ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ପଦରେ ଦାବିଦାରଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ ମୂଳ ନିବାସୀ ଋଷି ସୁନକ। ଯଦି ଏମିତି ହୁଏ ଋଷି ୟୁକେର ପ୍ରଧାନମନ୍ତ୍ରୀ ହେବାରେ ପ୍ରଥମ ମୂଳ ଭାରତୀୟ ନିବାସୀ  ହେବେ। ଋଷି ସୁନକ ରାଜକୋଷର ଚାନସେଲର ଦାୟିତ୍ଵ ସମ୍ଭାଳୁଥିଲେ। ଜୁଲାଇ ୫ରେ ଋଷି ସୁନକ ଏବଂ ୟୁକେର ସ୍ଵାସ୍ଥ୍ୟ ମନ୍ତ୍ରୀ ସାଜିକ ଜାଭେଦଙ୍କ ଇସ୍ତଫା ପରେ ଦେଶରେ ମନ୍ତ୍ରୀମାନଙ୍କ ଇସ୍ତଫା ପର୍ବ ଆରମ୍ଭ ହୋଇ ଯାଇଛି। ଆଉ ଚାପର ବଶବର୍ତ୍ତୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। ପାର୍ଟି ଭିତରେ ବିଦ୍ରୋହ ବଢୁଥିବା ଦେଖି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଚର୍ଚ୍ଚା ଚାଲିଛି ଯେ, ୟୁକେର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ବୋରିସ୍ ଜନସନ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଅକ୍ଟୋବର ମାସ ପର୍ଯ୍ୟନ୍ତ ଜନସନ ଏହି ପଦରେ କାର୍ଯ୍ୟ କରି ପାରନ୍ତି ୪୨ ବର୍ଷୀୟ ସୁନକ ପ୍ରଧାନମନ୍ତ୍ରୀ ପଦ ଦୌଡରେ ଆଗରେ ରହିଛନ୍ତି। କ୍ୟାବିନେଟରୁ ତାଙ୍କ ଇସ୍ତଫା ପରେ ହିଁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା, ଯାହା ଏବେ ବୋରିସଙ୍କ ଗାଦିକୁ ଟଳମଳ କରି ଦେଇଛି।

ପଞ୍ଜାବରୁ ୟୁକେ ପହଞ୍ଚିଲା ପରିବାର

ଋଷି ସୁନକଙ୍କ ଜେଜେ ବାପା ଏବଂ ଜେଜେ ମାଆ ପଞ୍ଜାବରୁ ୟୁକେ ପହଞ୍ଚିଥିଲେ। ଇନଫୋସିସର ସଂସ୍ଥାପକ ଏନଆର ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ସହ ଋଷି ସୁନକଙ୍କ ବିବାହ ହୋଇଛି। ଅକ୍ଷତାଙ୍କ ସହ ସୁନକଙ୍କ ସାକ୍ଷାତ କାର୍ଲିଫର୍ଣ୍ଣିଆରେ ହୋଇଥିଲା।

କରୋନା ମହାମାରୀରେ ହେଲେ ଲୋକପ୍ରିୟତା

ସୁନକ ବ୍ୟବସାୟୀ ଏବଂ ଶ୍ରମିକଙ୍କ ସାହାଯ୍ୟ ପାଇଁ  ୟୁକେରେ ବେଶ ଜଣାଶୁଣା। କରୋନା ମହାମାରୀ ସମୟରେ ବିଲିୟନ ପାଉଣ୍ଡର ବଡ ପ୍ୟାକେଜ୍ ଘୋଷଣା ପରେ ଋଷି ସୁନକଙ୍କ ଲୋକପ୍ରିୟତା ବଢି ଯାଇଥିଲା। ଋଷି ସୁନକଙ୍କୁ ଡିଶି ଉପନାମରେ ଡକାଯାଏ। କରୋନା ମହାମାରୀ ସମୟରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ତାଙ୍କ ଉପରେ ଜରିମାନା ଲାଗିଥିଲା। ତାଙ୍କ ଉପରେ ଡାଉନିଙ୍ଗ ଷ୍ଟ୍ରିଟ୍‌(ପ୍ରଧାନମନ୍ତ୍ରୀ ବାସଭବନ) ବୋରିସ ଜନସନଙ୍କ  ଜନ୍ମଦିନ ପାର୍ଟିରେ ଯୋଗ ଦେବାର ଅଭିଯୋଗ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com