ମୁମ୍ବାଇ: ବଲିଉଡର ମୋଷ୍ଟ ହ୍ୟାଣ୍ଡସମ୍ ଅଭିନେତା ରଣବୀର କପୁର । ଦୀର୍ଘ ସମୟ ପରେ ସେ ହିନ୍ଦୀ ଫିଲ୍ମ ‘ଶମଶେରା’ରେ ଦେଖିବାକୁ ମିଳିବେ। ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ବିଷୟରେ କ୍ରମାଗତ ଗୁଜବ ସୃଷ୍ଟି ହୋଇଆସୁଛି । ରଣବୀରଙ୍କ ସହ ଫିଲ୍ମରେ ବାଣୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ନିର୍ମାତାମାନେ ମଧ୍ୟ ଉଭୟ ଷ୍ଟାରଙ୍କ ଫଟୋ ପ୍ରତିଦିନ ସେୟାର କରିଥା’ନ୍ତି। ଏହି ଫିଲ୍ମକୁ ତାଙ୍କ ଫ୍ୟାନ୍ସମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଫିଲ୍ମ ‘ସଞ୍ଜୁ’ ରିଲିଜ ହେବାର ଚାରି ବର୍ଷ ପରେ ରଣବୀର ବଡ ପରଦାରେ ଫେରୁଛନ୍ତି।
ବର୍ତ୍ତମାନ ରଣବୀରଙ୍କ ନୂଆ ଗୀତ ରିଲିଜ ହୋଇଛି। ଗୀତର ନାମ ହେଉଛି ‘ଫିତୁର’ । ଗୀତରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଅଭିନେତା ତାଙ୍କ କୋ -ଷ୍ଟାର ବାଣୀଙ୍କ ସହ ରୋମାଣ୍ଟିକ ହେବାର ଦେଖିବାକୁ ମିଳିଛି । ଉଭୟ ଗୀତରେ ପରସ୍ପର ମଧ୍ୟରେ ବୁଡି ରହିଥିବାର ନଜର ଆସିଛନ୍ତି । ଏହି ଗୀତରେ ଅରିଜିତ ସିଂ ଏବଂ ନୀତି ମୋହନ ନିଜ କଣ୍ଠ ଦାନ କରିଛନ୍ତି।
View this post on Instagram
View this post on Instagram