ମୁମ୍ବାଇ: ୪୮ବର୍ଷ ବୟସରେ ମଲାଇକା ଆରୋରା ନିଜର ଜଲୱା ଦେଖାଇଛନ୍ତି। ଆଜି ବି ମଲାଇକା ଯେତେବେଳେ ଟ୍ରାଡିସନାଲ୍ ଲୁକ୍ ହେଉ କିମ୍ବା ୱଷ୍ଟର୍ଣ୍ଣରେ ବାହାରକୁ ଆସନ୍ତି, ପ୍ରଶଂସକମାନେ ତାଙ୍କ ଉପରୁ ନଜର ହଟାଇ ପାରନ୍ତି ନାହିଁ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ମୁମ୍ବାଇରେ ଆୟୋଜିତ ହେଉଥିବା ଦାଦାସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ ୨୦୨୨ରେ ମଲାଇକାଙ୍କୁ ପୁଣି ଥରେ ଦେଖିବାକୁ ମିଳିଥିଲା ।
![](https://i0.wp.com/akm-img-a-in.tosshub.com/aajtak/styles/medium_crop_simple/public/images/story/202207/whatsapp_image_2022-07-09_at_11.10.01_pm.jpeg?resize=708%2C1062&ssl=1)
ଏହି ଆୱାର୍ଡ ଶୋରେ ମଲାଇକାଙ୍କୁ ଦେଶୀ ତଥା ଟ୍ରାଡିସନାଲ୍ ଲୁକ୍ରେ ଦେଖିବାକୁ ମିଳିଥିଲା। ମଲାଇକା ଏକ ସୁନ୍ଦର ଧଳା ଶାଢୀ ପିନ୍ଧିଥିବା ବେଳେ ସ୍ଲିବ୍ଲେସ୍ ବ୍ଲାଉଜ୍ରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । କେବଳ ଏତିକି ହିଁ ନୁହେଁ ବରଂ ଧଳା ମୋତିର କାନଫୁଲ ଏବଂ ଭାରୀ ମେକଅପ୍ ସହିତ ନିଜ କେଶକୁ ବନ୍ କରି ଆଟ୍ରାକ୍ଟିଭ୍ ଲୁକ୍ ଦେଖାଉଥିଲେ।
ମଲାଇକା ଆରୋରାଙ୍କ ଏହି ଲୁକ୍ ଦେଖିବା ପରେ ଅନେକ ସୋସିଆଲ୍ ମିଡିଆ ୟୁଜର୍ସ ସହ ତାଙ୍କ ଫ୍ୟାନ୍ସ ବି ମତୁଲା ହୋଇଛନ୍ତି। ମଲାଇକାଙ୍କ ଏହି ଦେଶୀ ଲୁକ୍ ଦେଖି ଖୁବ୍ କମେଣ୍ଟ କରିବା ସହ ତାଙ୍କ ଫଟୋରେ ଖୁବ୍ ଲାଇକ୍ ସେୟାର କରୁଛନ୍ତି ।
Back to top button