ଜାତୀୟମନୋରଞ୍ଜନ

‘ବାହୁବଳୀ ୨’ର ରେକର୍ଡ ଭଙ୍ଗ କଲା ‘କେଜିଏଫ୍‌୨’; ୫ମ ଦିନରେ ବେପାର ୨୦୦ କୋଟି ପାର୍‌

ମୁମ୍ବାଇ() କନ୍ନଡ଼ ସୁପର୍‌ଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌୨’ ବକ୍ସ ଅଫିସ୍‌ରେ ହଲ୍ଲା ମଚାଇଛି। ରିଲିଜ୍‌ ହେବା ମାତ୍ରେ ହିଁ ଫିଲ୍ମଟି ବଡ଼ ବଡ଼ ବଲିଉଡ୍‌ ଓ ତେଲୁଗୁ ଚଳଚ୍ଚିତ୍ରକୁ ପଛରେ ପକାଇଛି। ‘କେଜିଏଫ୍‌୨’ ଏବେ ସୁଦ୍ଧା ବିଶ୍ବ ସ୍ତରରେ ୫୫୦ କୋଟିର ବେପାର ପାର୍‌ କରି ସାରିଲାଣି। ପ୍ରଶାନ୍ତ ନିଲ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ଚାଲିଛି।

ଏପଟେ କେଜିଏଫ୍‌ ପାଇଁ ମାଡ଼ ଖାଇଯାଇଛି ତାମିଲ୍‌ ଚଳଚ୍ଚିତ୍ର ‘ବିଷ୍ଟ୍‌’। ଅନ୍ୟ ପ୍ରେକ୍ଷା‌ଳୟରେ ଦର୍ଶକ ସଂଖ୍ୟା ଏକଦମ୍‌ କମ୍‌ ରହୁଥିବାରୁ ଏହି ଏହି ସା’କୁ କ୍ୟାନ୍‌ସଲ୍‌ କରାଯିବ ବୋଲି ବିଭିନ୍ନ ଥିଏଟର ପକ୍ଷରୁ ଜାଣିବାକୁ ମିଳିଛି।

ୟଶଙ୍କ ଏହି ଫିଲ୍ମଟି ପ୍ରଥମ ଦିନରେ ୫୩.୯୫ ‌କୋଟିର ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୪୬.୭୯ କୋଟିର ବେପାର କରିଥିଲା। ପଞ୍ଚମ ଦିନରେ ଏହା ୨୦୦ କୋଟିର ବେପାର କରିସାରିଛି। ଏହି ଚଳଚ୍ଚିତ୍ରଟି ‘ବାହୁବଳୀ୨’ର ରେକର୍ଡ ଭଙ୍ଗ କରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ବାହୁବଳୀ୨’ ଷଷ୍ଠ ଦିନରେ ୨୦୦ କୋଟିର ବେପାର କରିଥିଲା।  ଏହି ଚଳଚ୍ଚିତ୍ରରେ ୟଶ୍‌ଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନ୍‌ ବି ନଜର ଆସିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com