ଅନ୍ୟାନ୍ୟ

ମୁମ୍ବାଇ ବିସ୍ଫୋରଣ ମାମଲା: ୨୫ ବର୍ଷର ଦଣ୍ଡ ପୂରା ହେଲେ ସନ୍ଧି ଅନୁସାରେ ଅବୁ ସାଲେମକୁ ଜେଲ୍‌ରୁ ଛାଡ଼ିବାକୁ ଛାଡ଼ିବ ଭାରତ

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମାଲାରେ ଦୋଷୀ ଅବୁ ସାଲେମକୁ ନେଇ ବଡ଼ ରାୟ ଶୁଣାଣିଲେ ସୁପ୍ରିମକୋର୍ଟ। ୨୦୩୦ ପର୍ଯ୍ୟନ୍ତ ଅବୁ ସାଲେମକୁ ଜେଲ୍‌ରୁ ଛଡ଼ାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ତେବେ ୨୫ ବର୍ଷ ସଜା ପୂରା ହେବା ପରେ ଭାରତ ସରକାର ପର୍ତ୍ତୁଗାଲ ସହ ହୋଇଥିବା ପ୍ରତ୍ୟର୍ପଣ ସନ୍ଧି ଅନୁସାରେ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇପାରିବେ।

ଅବୁ ସାଲେମ ତାର ଆଜୀବନ କାରାବସ ଦଣ୍ଡ କମ୍ କରିବାକୁ କୋର୍ଟରେ ଦାବି ଆବେଦନ କରିଥିଲା। ହେଲେ କୋର୍ଟ ୨୦୩୦ ପର୍ଯ୍ୟନ୍ତ ତାକୁ ଛଡ଼ାଯାଇପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି।

ମାମଲାର ଶୁଣାଣି କରିଥିଲେ ଜଷ୍ଟିସ୍ ଏସ୍. କେ କୌଲ୍ ଓ ନ୍ୟାୟମୂର୍ତ୍ତୀ ଏମ୍ଏମ୍ ସୁନ୍ଦରେଶଙ୍କ ଖଣ୍ଡପୀଠ। ସେ କହିଛନ୍ତି ଯେ ସମ୍ବିଧାନର ଅନୁଚ୍ଛେଦ ୭୨ ଅନୁସାରେ ଦୋଷୀର ଦଣ୍ଡପୂରା ହେବା ନେଇ ରାଷ୍ଟ୍ରୀୟ ପ୍ରତିବଦ୍ଧତା ଅନୁସାରେ ଭାରତ ସରକାର ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବାକୁ ବାଧ୍ୟ। ଖଣ୍ଡପୀଠ କହିଛନ୍ତି  ୨୫ ବର୍ଷ ଦଣ୍ଡ ପୂରା ହେବାର ମାସକ ଭିତରେ ଆବଶ୍ୟକ କାଗଜପତ୍ର କାମ କରାଯିବ। ବାସ୍ତବରେ ୨୫ ବର୍ଷ ଦଣ୍ଡ ପୂରା ହେବା ମାସକ ଭିତରେ ସିଆର୍‌ପିସି ଅନୁଯାୟୀ ମୁକୁଲିବାର ଅଧିକାର ବ୍ୟବହାର ପ୍ରୟୋଗ କରିପାରିବେ।

Related Articles

Back to top button