ଜାତୀୟ
ବାଡ଼ ହଟେଇ ନିଜେ ଶ୍ରମିକଙ୍କ ନିକଟକୁ ଗଲେ ମୋଦି, ପଚାରିଲେ ଏହି ୫ ମଜାଦାର ପ୍ରଶ୍ନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜି ସଂସଦ ଭବନ ଛାତରେ ଅଶୋକ ସ୍ତମ୍ବ ଉଦଘାଟନ କରିଛନ୍ତି। ଏଠାରେ ୬.୫ ମିଟର ଉଚ୍ଚର ଅଶୋକ ସ୍ତମ୍ବ ଲଗାଯାଇଛି। ଅଶୋକ ସ୍ତମ୍ବ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏହାକୁ ନିର୍ମାଣ କରିବା ସହ ଏଠାରେ ଏହାକୁ ଲଗାଇଥିବା ଶ୍ରମିକଙ୍କ ସହ କଥାବାର୍ତ୍ତା କରିଥିଲେ। ଏଥି ପାଇଁ ମୋଦି ନିଜ ବାଡ ହଟେଇ ଶ୍ରମିକଙ୍କ ନିକଟକୁ ଯାଇଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ଶ୍ରମିକଙ୍କ ସହ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏଥିରେ ସେ ଶ୍ରମିକଙ୍କୁ ପଚାରିଥିଲେ ୫ଟି ପ୍ରଶ୍ନ। ଆସନ୍ତୁ ଜାଣିବା ପଚାରିଥିଲେ କ’ଣ?
ପ୍ରଥମ ପ୍ରଶ୍ନ : ଆପଣମାନଙ୍କୁ କଣ ଲାଗୁଛି ବିଲ୍ଡିଂ ନିର୍ମାଣ କରୁଛ ନା ଇତିହାସ?
ଉତ୍ତର : ଆମେ ଇତିହାସ ନିର୍ମାଣ କରୁଛୁ ଗଣତନ୍ତ୍ରର ମନ୍ଦିର।
ଦ୍ୱିତୀ ପ୍ରଶ୍ନ : ଅଶୋକ ସ୍ତମ୍ବ ନିର୍ମାଣ କରିବା ବେଳେ ଓ ଏକ ଘର ନିର୍ମାଣ କରିବା ବେଳେ ଆପଣଙ୍କୁ କେଉଁ ଫରକ ଅନୁଭବ ହୋଇଛି।
ଉତ୍ତର: ଗର୍ବ ଅନୁଭବ ହୋଇଛି।
I had a wonderful interaction with the Shramjeevis who have been involved in the making of the Parliament. We are proud of their efforts and will always remember their contribution to our nation. pic.twitter.com/p4LUFmCTDx
— Narendra Modi (@narendramodi) July 11, 2022