ଓଡ଼ିଶା

ଦୁର୍ଘଟଣା ପରେ ଇନ୍ସପେକ୍ଟରଙ୍କ ପତ୍ତା ମିଳୁନି; ଏସ୍‌ପି କହିଲେ, ଡରି ଫେରାର

ସୋନପୁର: ସୋନପୁର-ବଲାଙ୍ଗିର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଆଜି ସକାଳେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା କାର୍‌ଟି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କର ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ପତ୍ତା ପାଉନି ପୁଲିସ୍‌। ପୁରୀରୁ ସୁନାବେଶ ଡ୍ୟୁଟି ସାରି ସ୍ନିଗ୍ଧାରାଣୀ ସୁନା ନିଜ କାର୍‌ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହାପରଠୁ ସେ ଫେରାର ହୋଇଯାଇଥିବା ଜଣାଯାଇଛି।

ମୃତକଙ୍କ ପରିବାର ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ମୃତକଙ୍କ ନିକଟ ସଂପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ଦୁର୍ଘଟଣାରେ ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ଭୋରରେ ସୋନପୁର ପଟରୁ ବଲାଙ୍ଗିର ଯାଉଥିବା ଏକ କାର୍‌ ବଡବାହାଲି ଛକରେ ରାସ୍ତାରେ ଛିଡା ହୋଇଥିବା ଏକ ଅଟୋ ଓ ବାଇକ୍‌କୁ  ପିଟିଦେଇଥିଲା। କାର୍‌ଟି ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ୱକୁ ଯାଇ ଅଟୋ ଓ ବାଇକ୍‌କୁ ପିଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଦୁର୍ଘଟଣାସ୍ଥଳରେ ହିଁ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣଙ୍କ ଘର ବଲାଙ୍ଗିର ରାଘବପାଲି ଅଞ୍ଚଳରେ ବୋଲି ଜଣାପଡିଛି। ସେମାନେ ଅଟୋରେ ପନିପରିବା ବିକ୍ରି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
police

Related Articles

Back to top button
WP Twitter Auto Publish Powered By : XYZScripts.com