ଓଡ଼ିଶା

ଲାଲା ଗଡରେ ଆରମ୍ଭ ହେଲା ବସ ସେବା

ଚିତ୍ରକୋଣ୍ଡା ; ୦୯/୦୯ ଲାଲ୍ ଗଡରେ ଗଡିଲା ସରକାରୀ ବସ୍ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜୋଡାଆମ୍ବ ଠାରୁ ଆରମ୍ଭ ହେଲା ଯାତ୍ରୀବାହି ବସ ସେବା । ଏଣିକି ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ଆଉ ଅଧିକ ସମୟ ଧରି ପାଣ ପଥରେ ଯାତ୍ରା କରିବାକୁ ପଡିବ ନାହିଁ । ସରକାରୀ ବସରେ ବସି  ଚିତ୍ରକୋଣ୍ଡା ବ୍ଳକ୍ କାର୍ଯ୍ୟାଳୟ ସହ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଆସି ପାରିବେ ଲୋକେ । ସ୍ୱାଧୀନତାର ୭୫ ବର୍ଷ ପରେ ନିଜ ଗାଁ ବସ ସେବା ଆରମ୍ଭ ହୋଇ ଥିବାରୁ ଖୁସିରେ ଖୁବ୍ ନାଚିଛନ୍ତି ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକେ । ହେଲେ ବସଟି ଉଦଘାଟନ କରିବାକୁ ଯାଇଥିବା ଚିତ୍ରକୋଣ୍ଡା ବିଧାୟକ ଓ ମାଲକାନଗିରି ଉପଜିଲ୍ଲାପାଳ ମଧ୍ୟ ଖୁସିରେ ଆଦିବାସୀ ଲୋକଙ୍କ ସହ ମିଶି ନାଚିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com