ଜାତୀୟ

ଲାଗିଲା ରପ୍ତାନି କଟକଣା, ବଢିଲା ଅଟାର ଦାମ୍

ନିତିଦିନିଆ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରେ ଅଟା ହେଉଛି ଏକ ପ୍ରମୁଖ ଖାଦ୍ୟ । ଧନୀଠୁ ଗରିବ ସମସ୍ତେ ଅଟାରୁ ରୁଟି ତିଆରି କରି ଖାଇଥାନ୍ତି । କିନ୍ତୁ ବର୍ତ୍ତମାନ ଅଟା ଉପରେ ବି ଦର ବୃଦ୍ଧି କରାଯାଇଛି । ଯାହା ଗରିବ ଓ ମଧ୍ୟବିତ ଲୋକଙ୍କ ପକେଟକୁ ବାଧୁଛି । କେନ୍ଦ୍ର ସରକାର ଗହମ ମଇଦା ଏବଂ ଏହାର ଅନ୍ୟାନ୍ୟ ଉତ୍ପାଦ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଏହାଫଳରେ ଯେଉଁ ବ୍ୟବସାୟୀମାନେ ଅଟା, ମଇଦା, ସୁଜି ଏବଂ ହୋଲମିଲ୍ ଅଟା ରପ୍ତାନି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆନ୍ତଃମନ୍ତ୍ରୀ କମିଟିର ଅନୁମୋଦନ କରିହାକୁ ପଡିବ । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଚଳିତମାସ ୬ରେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ । ଏହାର ମୁଖ୍ୟ କାରଣ ହେଉଛି ମାତ୍ର ବର୍ଷକ ମଧ୍ୟରେ ଦେଶରେ ଅଟା ମୂଲ୍ୟ ୯ପ୍ରତିଶତ ବଢିଛି । ଯାହା ଏବେ ଖାଉଟିଙ୍କ ହୋସ ଉଡାଇଦେଇଛି । ଜାନୁୟାରୀ ପହିଲାରେ ଗହମର ହାରାହାରି ମୂଲ୍ୟ ୨୮.୦୮ ଟଙ୍କା ରହିଥିଲା, ଯାହା ଜୁଲାଇ ୧୧ରେ ୭ପ୍ରତିଶତ ବୃଦ୍ଧି ହୋଇ ୩୦.୦୮ ଟଙ୍କାରେ ପହଞ୍ଚିଥିଲା । ଏଥିସହିତ ଅଟା ଦରରେ ୮.୭୧ ପ୍ରତିଶତ ବୃଦ୍ଧି ଘଟି ତାହା ୩୦.୯୮ ଟଙ୍କାରୁ ୩୩.୬୮ ଟଙ୍କାକୁ ବୃଦ୍ଧି ପାଇଛି । ଏହାଫଳରେ ଗହମରୁ ତିଆରି ଅନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଚଳିତବର୍ଷ ମାର୍ଚ୍ଚ ୧୪ରେ ନେସଲେ ଇଣ୍ଡିଆ ମ୍ୟାଗିର ଛୋଟ ପ୍ୟାକର ମୂଲ୍ୟ ୧୨ଟଙ୍କାରୁ ୧୪ଟଙ୍କାକୁ ବୃଦ୍ଧି ହୋଇଥିଲା । ପରିସ୍ଥିତି ଏଭଳି ହୋଇଛି ଯେ, ୧୦ ଟଙ୍କା ମୂଲ୍ୟର ୧୪୦ ଗ୍ରାମ୍ ପ୍ୟାକର ପାର୍ଲେଜି ବିସ୍କୁଟର ଓଜନ ବର୍ତ୍ତମାନ ୧୧୦ ଗ୍ରାମକୁ ଖସିଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com