ମୁମ୍ୱାଇ: କର୍ଣ୍ଣାଟକର ବେଲହୋଙ୍ଗଲରେ ଅଭାବନୀୟ ଘଟଣା । କନ୍ନଡ ଅଭିନେତା ଶିବରାଜନ୍ ବୋଲାନ୍ନାଭରଙ୍କ ଉପରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ । ଘର ବାହାରେ ୩ ରାଉଣ୍ଡ ଗୁଳିଫୁଟାଇ ଚମ୍ପଟ ମାରିଲେ ଆତତାୟୀ । ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶିବରାଜନ । ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଖୋଜୁଛି । ତେବେ ଗୁଳିମାଡର କାରଣ କଣ ତାହା ଏବେ ଅସ୍ପଷ୍ଟ ରହିଛି ।
ସୂଚନାନୁସାରେ, ଅଭିନେତା ଶିବରାଜନ୍ (ଶିବରାଜନ୍ ବୋଲାନଭର୍) ବେଲହୋଙ୍ଗଲରେ ରହୁଥିବା ନିଜ ପିତାମାତାଙ୍କୁ ଭେଟିବାକୁ ଆସୁଥିଲେ । ସେ ଘରକୁ ଯିବାକୁ କବାଟ ବାଡଉଥିଲେ । ଘର ବାହାରେ ଥିବା କିଛି ଦୁର୍ବୃତ୍ତ ହଠାତ୍ ମୋଟରସାଇକେଲରେ ଆସି ଶିବରାଜନଙ୍କୁ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ଦୁର୍ବୃତ୍ତଙ୍କ ଟାର୍ଗେଟ ଖସିଯାଇଥିଲେ । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଅଭିନେତା ଜଣଙ୍କ । ଅଭିନେତାଙ୍କ ଦେହରେ ଗୋଟିଏ ବି ଗୁଳି ବାଜିନଥିଲା ।
ଏହା ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତି କରିଛି । ଅଜ୍ଞାତ ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି । ଯାହା ଦ୍ୱାରା ଆତତାୟୀଙ୍କ ବିଷୟରେ କିଛି ସୂଚନା ମିଳିପାରିବ । ବର୍ତ୍ତମାନ ଏହି ଆକ୍ରମଣ ପଛର କାରଣ ଜଣାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।
Back to top button