ଜାତୀୟ

ଶେଷ ହୋଇଛି ୟୁଏସର ଦବଦବା, ଚଳିବନି ଏକଚାଟିଆ ମନୋଭାବ- ପୁଟିନ୍

ନୂଆଦିଲ୍ଲୀ:  ରୁଷ-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଉଭୟ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ଏକଚାଟିଆ ବିଶ୍ୱର ଅନ୍ତ ଘଟିଛି । ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକର ଦବ୍‌ଦବା ହ୍ରାସ ପାଇଛି । ଏହି ପରିପ୍ରେକ୍ଷୀରେ ରୁଷ ରାଷ୍ଟ୍ରପତି ପୁଟିନ୍‌ ଆମେରିକାର ସହଯୋଗୀ ଦେଶଗୁଡ଼ିକୁ ବି ତାଗିଦ୍‌ କରିଛନ୍ତି । କହିଛନ୍ତି, ଆମେରିକାର ସହଯୋଗୀ ଦେଶଗୁଡ଼ିକ କାହା ପ୍ରଭାବରେ ପଡ଼ି ରୁଷକୁ ଟାର୍ଗେଟ୍‌ କରିବା ବନ୍ଦ କରିଦିଅନ୍ତୁ । ସେମାନେ କେବଳ ନିଜର ଫାଇଦା କଥା ଚିନ୍ତା କଲେ ଭଲ ।

ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ସମ୍ମିଳନୀରେ ପୁଟିନ୍‌ କହିଛନ୍ତି, ଆମେରିକା ନିଜକୁ ‘ମେସେଞ୍ଜର ଅଫ୍‌ ଲର୍ଡ’ ବା ଭଗବାନଙ୍କ ବାର୍ତ୍ତାବହ ଭାବୁଛି । କିନ୍ତୁ ବାସ୍ତବରେ ଏହା ନିଜ ସହଯୋଗୀ ଦେଶଗୁଡ଼ିକୁ ଗୋଲାମ ଭଳି ବିବେଚନା କରୁଛି । ସେମାନଙ୍କୁ ମୋହରା ବନାଇ ନିଜ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଉଛି । ତେଣୁ ସହଯୋଗୀ ଦେଶଗୁଡ଼ିକ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଉଚିତ । ସେମାନେ ପ୍ରଥମେ ନିଜ ହାନିଲାଭ ଉପରେ ଧ୍ୟାନ ଦେବା ଜରୁରି । ପାଶ୍ଚାତ୍ୟ ଦେଶଗୁଡ଼ିକ ନିଜ ସ୍ୱାର୍ଥକୁ ପବିତ୍ର ବୋଲି ଦର୍ଶାଉଛନ୍ତି । କିନ୍ତୁ ବର୍ତ୍ତମାନ ଏହା ‘ୱାନ-ୱେ ଟ୍ରାଫିକ୍‌’ ପାଲଟିଛି, ଯାହା ବିଶ୍ୱକୁ ଅସ୍ଥିର କରିପକାଇଛି । ୟୁରୋପୀୟ ସଂଘରେ ୟୁକ୍ରେନ୍‌ ସାମିଲ ହେଲେ ରୁଷ୍‌ର କିଛି କରିବାର ନାହିଁ ବୋଲି କହିଛନ୍ତି ପୁଟିନ୍‌ । କ୍ରେମ୍‌ଲିନ ମୁଖପାତ୍ର ଦିମିତ୍ରି ପେସକୋଭଙ୍କ ମୁତାବକ ସାଇବର ଆକ୍ରମଣ ଯୋଗୁ ପୁଟିନଙ୍କ ଭାଷଣ ୯୦ ମିନିଟ୍‌ ବିଳମ୍ବ ହୋଇଥିଲା ।

ଏହା ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ସଂସଦରେ ଆସ୍ଥା ଭୋଟ ଜିଣିବା ପରେ ଆକ୍ସନକୁ ଆସିଛନ୍ତି । ସେ ଦ୍ୱିତୀୟ ଥର ପାଇଁ କିଏଭ ଗସ୍ତ କରିଛନ୍ତି । ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଛନ୍ତି । ରୁଷ ସହ ଲଢ଼ିବା ପାଇଁ ବ୍ରିଟେନ ଓ ନାଟୋ ଯଥାସମ୍ଭବ ସହାୟତା ଯୋଗାଇବେ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com