ମୁମ୍ବାଇ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ଦର ସ୍ଥିର ଥିବାବେଳେ ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏକନାଥ ସିନ୍ଦେ ଗୁରୁବାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ହ୍ରାସ ନେଇ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ଯଥାକ୍ରମେ ୫ ଏବଂ ୩ ଟଙ୍କା କମାଇଛନ୍ତି। ଏହା ପରେ ମହାରାଷ୍ଟ୍ରରେ ବର୍ତ୍ତମାନ ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ୩ ଟଙ୍କା ଶସ୍ତା ହେବ।
ଦର ହ୍ରାସ ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ବର୍ତ୍ତମାନ ୧୧୧.୩୫ ରୁ ୧୦୬.୩୫ ଟଙ୍କାକୁ ହ୍ରାସ ପାଇବ। ଏଥି ସହିତ ଡିଜେଲ ୯୭.୨୮ ରୁ ୯୪.୨୮ ଟଙ୍କା ହେବ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ମେ’ରେ ପେଟ୍ରୋଲ ଉପରୁ ୮ ଟଙ୍କା ଓ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । ଟିକସ କମାଇ ଲୋକମାନଙ୍କୁ ଏହି ଲାଭ ଦେବା ପାଇଁ ରାଜ୍ୟମାନଙ୍କୁ ଅପିଲ କରିଥିଲେ କେନ୍ଦ୍ର ସରକାର ।
Back to top button