ସ୍ୱାସ୍ଥ୍ୟ

ନେଦରଲ୍ୟାଣ୍ଡରେ ଚିହ୍ନଟ ହେଲା କରୋନା ଓମିକ୍ରନର ନୂଆ ସବ ଭାରିଆଣ୍ଟ ‘ସେଣ୍ଟୁରୁସ୍’

ନୂଆଦିଲ୍ଲୀ, ୧୪/୦୭/୨୦୨୨- ବିଶ୍ୱରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏହି ଭାଇରସ୍ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ବେଳେବେଳେ ଏହି ଭାଇରସର ନୂଆ ନୂଆ ଭାରିଆଣ୍ଟ ଅଲଗା ଅଲଗା ଦେଶରୁ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ବୁଧବାର ନେଦରଲ୍ୟାଣ୍ଡ କହିଛି ଯେ, ସେଠାରେ କରୋନା ଓମିକ୍ରନ ସବ ଭାରିଆଣ୍ଟ ବିଏ ୨.୭୫ର ଏକ ମାମଲା ଚିହ୍ନଟ ହୋଇଛି । ଏହି ଭାଇରସ୍ ଶୀଘ୍ର ବ୍ୟାପୁଥିବାରୁ ବିଶେଷଜ୍ଞମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି । କୁହାଯାଉଛି ଯେ ‘ସେଣ୍ଟୁରୁସ୍’ ନାମକ ଏହି ସବଭାରିଆଣ୍ଟ ପ୍ରଥମେ ମେ ମାସରେ ଭାରତରେ ଦେଖା ଦେଇଥିଲା । ସେବେଠାରୁ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ସମେତ ପ୍ରାୟ ୧୦ ଟି ଦେଶରେ ଏହାର ରୋଗୀ ଚିହ୍ନଟ ହୋଇଥିଲେ । ଡଚ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍ କହିଛି ଯେ, ଏହି ପ୍ରକାରର ଜଣେ ରୋଗୀ ବର୍ତ୍ତମାନ ନେଦରଲ୍ୟାଣ୍ଡରେ ମଧ୍ୟ ଚିହ୍ନଟ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com