ସ୍ୱାସ୍ଥ୍ୟ

୬ ମାସରୁ ୫ ବର୍ଷ ପିଲାଙ୍କୁ ଖୁବଶୀଘ୍ର ମିଳିବ ଟିକା ; ଏଫଡିଏକୁ ଅନୁମତି ମାଗିଲେ ଫାଇଜର ଓ ବାୟୋଏନଟେକ

ନୂଆଦିଲ୍ଲୀ: ଖୁବଶୀଘ୍ର ୬ ମାସରୁ ପାଞ୍ଚ ବର୍ଷ ବୟସର ପିଲାଙ୍କୁ ଦିଆଯାଇପାରେ ଟିକା । ଏନେଇ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ବା ଏଫଡିଏକୁ ଅନୁମତି ମାଗିଛନ୍ତି ଦୁଇ ଟିକା ନିର୍ମାଣକାରୀ କମ୍ପାନୀ ଫାଇଜର ଓ ବାୟୋଏନଟେକ । ପିଲାଙ୍କ କ୍ଷେତ୍ରରେ ଜରୁରୀକାଳୀନ ଟିକା ବ୍ୟବହାର ପାଇଁ ଏଫଡିଏକୁ ଅନୁମତି ମାଗିଛନ୍ତି ଦୁଇ କମ୍ପାନୀ । ଯଦି ଏଫଡିଏ ପକ୍ଷରୁ ଅନୁମତି ମିଳେ, ତେବେ ପାଞ୍ଚ ବର୍ଷ ପର‌୍ୟ୍ୟନ୍ତ ପିଲାଙ୍କୁ ଭ୍ୟାକ୍ସିନ ଦେବା କ୍ଷେତ୍ରରେ ଏହା ସାଜିବ ପ୍ରଥମ ସଞ୍ଜୀବନୀ ।
ତେବେ ଫାଇଜର ଓ ବାୟୋଏନଟେକ ପକ୍ଷରୁ କୁହାଯାଇଛି ଯେ, ଖୁବଶୀଘ୍ର ଏହାର ସମସ୍ତ ପ୍ରକ୍ରିୟା ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି । କରୋନା ଆକ୍ରାନ୍ତ ପରେ ଛୋଟ ପିଲାମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଖୁବଶୀଘ୍ର ଟିକା ଆସିଲେ ତାହା ପିଲାଙ୍କ ପାଇଁ ବହୁ ଉପକାର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com