ସ୍ୱାସ୍ଥ୍ୟ

ନଗର ସ୍ୱାସ୍ଥ୍ୟ ମିଶନର ପ୍ରଥମ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ଛତ୍ରପୁର, ୨୪/୦୮/୨୦୨୨-    ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ନଗର ସ୍ୱାସ୍ଥ୍ୟ ମିଶନର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବହିଃ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ସଂଖ୍ୟା, ବହିଃ ଚିକିତ୍ସା ନିମନ୍ତେ ବିଶେଷଜ୍ଞ, ଏନ୍.କିଉ.ଏ.ଏସ୍ ,  ଖୁସି ଯୋଜନା, ଇ- ସଞ୍ଜିବନୀ ପରାମର୍ଶ, କାୟାକଳ୍ପ ଯୋଜନା, ଘରକୁ ଘର ବୁଲି ପରିବାର ସର୍ବେକ୍ଷଣ, ଟିକା କରଣ, ପ୍ରତ୍ୟେକ ମାସରେ ମୋବାଇଲ୍ ହେଲଥ୍ ୟୁନିଟକୁ ଆସୁଥିବା ରୋଗୀଙ୍କ ଉପସ୍ଥାନ,  ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣ କାର୍ଯ୍ୟ, ୨୦୧୪ ମସିହାରୁ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ବଜେଟ୍ ଓ ଖର୍ଚ୍ଚର ହିସାବ ଉପରେ  ଆଲୋଚନା ହୋଇଯାଇଛି । ଏଥି ସହ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ପରିଚାଳିତ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୨୦୨୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କୋଭିଡ୍ କେସ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ୨୦୨୦ ମସିହାରେ ୪୧୬୫ ଗୋଟି, ୨୦୨୧ ମସିହାରେ ୩୮୬୩ ଗୋଟି ଓ ୨୦୨୨ ମସିହାରେ ୧୪୪୨ ଗୋଟି ପଜିଟିଭ୍ କେସ୍ ଚିହ୍ନଟ କରାଯାଇଥିଲା । ୧୨ ରୁ ୧୪ ବର୍ଷ ପିଲାଙ୍କୁ ୬୭ ପ୍ରତିଶତ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଟିକା କରଣ ୧୧୩ ପ୍ରତିଶତ ଏବଂ  ଏବଂ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ୭୯ ପ୍ରତିଶତ, ୧୫ ରୁ ୧୭ ବର୍ଷ ପିଲାଙ୍କୁ ୯୦ ପ୍ରତିଶତ ଏବଂ ୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ ୭୩ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା କରଣ କରାଯାଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ପ୍ରିକସନ୍ ଡୋଜ୍ ୪୫୯୧୯ ଜଣଙ୍କୁ ଦିଆଯାଇଛି ଯାହାକି ୧୭ ପ୍ରତିଶତ ଅଟେ । ସର୍ବ ପ୍ରଥମେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଥିବା ନିମନ୍ତେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଖୋଡାସିଙ୍ଗି ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉତ୍ତରମୁଖୀଙ୍କୁ ଜିଲ୍ଲାପାଳ ପ୍ରମାଣ ପତ୍ର ପ୍ରଦାନ କରି ସେମାନେ ଯୋଗାଇ ଦେଉଥିବା ସ୍ବାସ୍ଥ୍ୟ ସେବାକୁ  ପ୍ରଶଂସା କରିଥିଲେ ।
ବୈଠକରେ ମାନ୍ୟବର ମେୟର ବ୍ରହ୍ମପୁର ଶ୍ରୀମତୀ ସଂଘମିତ୍ରା ଦଳେଇ, ମାନ୍ୟବର ଡେପୁଟି ମେୟର ଇଂ ଇ. ବିବେକ ରେଡ୍ଡୀ, ବ୍ରହ୍ମପୁର ମୁନିସିପାଲିଟିର କର୍ପୋରୋସନର କମିଶନର ଜେ. ସୋନାଲ, ଜିଲ୍ଲା ପ୍ରକଳ୍ପ ମ୍ଯାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ମେଡିକାଲ ଭାରପ୍ରାପ୍ତ ଅଫିସର, ଡା. ସତ୍ୟ ନାରାୟଣ ଦାଶ, ଡା. ମନୋଜ କୁମାର ପଣ୍ଡା  ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com