ଜାତୀୟରାଜନୀତିସ୍ୱାସ୍ଥ୍ୟ

ହେଲଥ୍ କାର୍ଡ ମାଧ୍ୟମରେ ହେବ ବିବାହ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ପାରମ୍ପାରିକ ଭାବରେ ବିବାହ ସମୟରେ ଜାତକ ମିଳାଯାଏ । ଅଧିକାଂଶ ଗୁଣ ମିଶିବା ପରେ ବିବାହ କରାଯାଇଥାଏ । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାତକ ବଦଳରେ ବଦଳରେ ହେଲଥ୍ ବା ସ୍ୱାସ୍ଥ୍ୟ କାର୍ଡ ପ୍ରସ୍ତୁତ କରୁଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏକ ଗଣମାଧ୍ୟମରେ କହିଛନ୍ତି ଯେ, ଆମ ଦେଶରେ କିଛି ଏପରି ରୋଗ ଅଛି ଯେଉଁଥିରେ ଯଦି ପୁରୁଷ ଏବଂ ମହିଳା ସଂକ୍ରମିତ ହୁଅନ୍ତି, ତେବେ ତାହାର ପ୍ରଭାବ ପିଲା ଉପରେ ପଡ଼ିଥାଏ ।

ଏପରି ରୋଗ ସିକଲ ସେଲ ଏନିମିଆ ବା ରୋଗାକ୍ରାନ୍ତ ରକ୍ତହୀନତାରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ ଜାରି କରାଯାଉଛି । ଯାହାର ଉଦ୍ଦେଶ୍ୟ ହେଉଛି ରକ୍ତହୀନତା ପରି ରୋଗକୁ ନିୟନ୍ତ୍ରଣ କରିବା । ଏଥିପାଇଁ ୨୦୪୭ ବର୍ଷର ସମୟସୀମା ସ୍ଥିର କରାଯାଇଛି ।
ବିଶେଷ ଭାବରେ ଆଦିବାସୀ ପିଲାମାନଙ୍କଠାରେ ସିକଲ ସେଲ୍ ଏନିମିୟା ଦେଖାଯାଏ । ଏହି ରୋଗର ପ୍ରଭାବରେ ପିଲା ଏକ ବୟସର ସୀମା ଅତିକ୍ରମ କରିବା ପରେ ତାଙ୍କ ଜୀବନର ସମ୍ଭାବନା ବହୁତ କମିଯାଏ । ଏହାକୁ ଧ୍ୟାନରେ ରଖି ଏକ ନୂଆ ଟେଷ୍ଟ ଓ କାର୍ଡ ଆରମ୍ଭ କରାଯାଉଛି ।

ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, ଅଧିକାଂଶ ଆଦିବାସୀ ଅଞ୍ଚଳର ଲୋକଙ୍କୁ ଏହି ରୋଗ ହୋଇଥାଏ । ଏଭଳି ପରିସ୍ଥିତିରେ ଆଦିବାସୀମାନଙ୍କ ମଧ୍ୟରେ ପ୍ରଥମେ ଏହାର ପରୀକ୍ଷା ଆରମ୍ଭ ହେବ । ଯଦି ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସେ, ତେବେ ସେମାନଙ୍କୁ ସନ୍ତାନ ନକରିବାକୁ ପରାମର୍ଶ ଦିଆଯିବ ।

ପୂର୍ବରୁ ସିକଲ ସେଲ ଏନିମିୟାର ଟେଷ୍ଟରେ ସମୟ ଲାଗୁଥିଲା, କିନ୍ତୁ ଏବେ ଟେଷ୍ଟ ତୁରନ୍ତ ହୋଇଯିବ ଓ ରେଜଲ୍ଟ ମଧ୍ୟ ଶୀଘ୍ର ଆସିଯିବ । ଏଥିରୁ ଏହା ଜଣା ପଡିବ ଯେ ବ୍ୟକ୍ତି ଜଣକ ସିକଲ ସେଲ ରୋଗରେ ପୀଡିତ କି ନାହିଁ । ଦେଶରେ ୨୦୦ ଟି ଏପରି ଜିଲ୍ଲା ଅଛି ଯେଉଁଠାରେ ଏହି ରୋଗରେ ପୀଡିତ ପିଲାମାନେ ଅଧିକ ଅଛନ୍ତି । ଯେଉଁଥିରେ ମଧ୍ୟପ୍ରଦେଶ, ଗୁଜୁରାଟ, ଝାଡଖଣ୍ଡ, ଓଡିଶା, ରାଜସ୍ଥାନ ଏବଂ ଛତିଶଗଡ ସାମିଲ ରହିଛି ।

ଏହି ଅଭିଯାନର ଶୁଭାରମ୍ଭ ଛତିଶଗଡରୁ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଟଙ୍କା ଯୋଗାଇ ଦିଆଯିବ । ଏହି ଅଭିଯାନ ପାଇଁ ୪୦℅ ଟଙ୍କା ରାଜ୍ୟ ସରକାର ଏବଂ ୬୦℅ ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com