ସ୍ୱାସ୍ଥ୍ୟ

ଗାଁ କୁ ଗାଁ ବୁଲିବ ବୁଷ୍ଟର ଡୋଜ ଗାଡ଼ି

ଭୁବନେଶ୍ୱର, ୦୮/୦୮/୨୦୨୨-  ବର୍ତ୍ତମାନ ଆଉ ରାଜ୍ୟରେ ଟୀକାର ଅଭାବ ନାହିଁ ।  ତେଣୁ ଟୀକା କରଣ କେନ୍ଦ୍ର ବଢ଼ାଇବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରତି ବ୍ଲକରେ ୪ ମୋବାଇଲ ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି ।  ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୬୬ ହଜାର ବୁଷ୍ଟର ଡୋଜ ନେଇ ସାରିଛନ୍ତି । ଯାହାକି ମୋଟ ଲୋକଙ୍କର ୧୪ ପ୍ରତିଶତ ।
ଏବେ ୯ ଲକ୍ଷ କୋଭିସିଲ୍ଡ ଟୀକା ଆସିଛି । ଏହାସହ ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲ୍ଡ ଟୀକା ଆସିବ । ଅବଧି ପୁରିଥିବା ୨୪ ଲକ୍ଷ ୯୦ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । ରାଜ୍ୟରେ କିଭଳି ୩ ହଜାର ଟୀକା କରଣ କେନ୍ଦ୍ର କରାଯିବ ତାକୁ ଦୃଷ୍ଟି ଦିଆଯାଉଛି । ଗାଁ ଗାଁ ବୁଲି ବାକି ଲୋକଙ୍କୁ ଖୁବ ଶୀଘ୍ର ଟୀକା କରଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । 

Related Articles

Back to top button
WP Twitter Auto Publish Powered By : XYZScripts.com