ସ୍ୱାସ୍ଥ୍ୟ

ଦେଶରେ କରୋନାର xbb 1.5 ନୂଆ ଭ୍ୟାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର, ୦୨/୦୧/୨୦୨୩-  ଦେଶରେ xbb 1.5 ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ନୂଆ ଭ୍ୟାରିଆଣ୍ଟର ଲକ୍ଷଣ ଓ ଭୟାବହତା କେତେ ହେବ, ଜଣା ପଡ଼ିନାହିଁ । ସେ ନେଇ ପରୀକ୍ଷା ଚାଲିଛି । ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ଜଣ କରୋନା ରୋଗୀ ଅଛନ୍ତି । ଆଗାମୀ ୩୦ରୁ ୪୦ ଦିନ ସତର୍କ ରହିବା ଆବଶ୍ୟକ । ସମସ୍ତ ମେଡିକାଲ୍ କଲେଜରେ ୨୦ଟି ଲେଖାଏଁ ବେଡ୍ ରହିଛି । ଆଗକୁ ସଂକ୍ରମଣ ବଢ଼ିପାରେ, କିନ୍ତୁ ଏହା କେତେ କ୍ଷତି ପହଞ୍ଚାଇବ, ଲକ୍ଷଣ କ’ଣ, ତା’ର ତଥ୍ୟ ଆସିନାହିଁ । ଆବଶ୍ୟକ ପଡ଼ିଲେ ବେଡ୍ ସଂଖ୍ୟା ବଢ଼ାଯିବ । ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ  ।

Related Articles

Back to top button
WP Twitter Auto Publish Powered By : XYZScripts.com