ଜାତୀୟମନୋରଞ୍ଜନ

ବିଜୟ ଦେବରକୋଣ୍ଡାଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସାରା, ଅଭିନେତା ଦେଲେ ଏପରି ଉତ୍ତର…

ମୁମ୍ବାଇ: ସାରା ଅଲି ଖାନ ଏବଂ ଜାହ୍ନବୀ କପୁର କରଣ ଜୋହରଙ୍କ ଶୋ ‘କଫି ୱିଥ୍‌ କରଣ’ର ଆଗାମୀ ଏପିସୋଡରେ ନଜର ଆସିବେ। ଏହି ଶୋ’ର ବର୍ତ୍ତମାନ ପ୍ରୋମୋ ଆସିଛି ଏବଂ ଏହି ଭିଡିଓ ଆସିବା ମାତ୍ରେ ସୋସିଆଲ୍‌ ମିଡିଆରେ ଖୁବ୍‌  ଭାଇରାଲ ହେବାରେ ଲାଗିଛି। ପ୍ରୋମୋରେ ସାରା ଏବଂ ଜାହ୍ନବୀଙ୍କର ମଜାଳିଆ ବିବୃତ୍ତି ଦେଉଛନ୍ତି । ଏମିତିରେ ସାରାଙ୍କର ଏକ ଉତ୍ତର ଏବେ ଆଲୋଚନା ହେଉଛି।

ନିକଟରେ କରଣ ଜୋହର ତାଙ୍କର ଶୋ’ରେ ସାରାଙ୍କୁ ପଚାରିଥିଲେ ତୁମର କ୍ରସ୍‌ କିଏ, ବର୍ତ୍ତମାନ କାହା ସହିତ ଡେଟ କରିବାକୁ ଚାହୁଁଛ? ପ୍ରଥମେ ସାରା ମନା କରିଦେଲେ ଏବଂ ପରେ ହସି ହସି ବିଜୟ ଦେବରାକୋଣ୍ଡାଙ୍କ ନାମ ନେଇଥିଲେ ।ସାରାଙ୍କ ଏହି ଉତ୍ତର ଶୁଣିବା ପରେ କରଣ ଏବଂ ଜାହ୍ନବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନ୍ୟ ପଟେ, ସାରା ମଧ୍ୟ ଜାହ୍ନବୀଙ୍କୁ ପଚାରିଥିଲେ କି ତୁମେ ବିଜୟକୁ ପସନ୍ଦ କର କି?

ଅନ୍ୟପଟେ ଏହି ଶୋ’ର ଏହି ଭିଡିଓ ଦେଖିବା ପରେ ବିଜୟ ଏହି କ୍ଲିପ୍ ସେୟାର କରି ଲେଖିଛନ୍ତି, ‘ ବହୁତ ପସନ୍ଦ ଆସିଲା କାହିଁକି ନା ଯେଉଁଭଳି ଭାବରେ ଆପଣ ଦେବାରକୋଣ୍ଡାଙ୍କ କହିଲ। ବହୁତ କ୍ୟୁଟ୍‌ ଥିଲା, ମୁଁ ତୁମକୁ ବଡ଼ ଆଲିଙ୍ଗନ କରୁଛି। କହିବାକୁ ଗଲେ ଯେ, ପୂର୍ବରୁ, ଯେତେବେଳେ ସାରା ଶୋ’ରେ ଆସିଥିଲେ, ଯେତେବେଳେ କରଣ ତାଙ୍କୁ କ୍ରସ୍ ପ୍ରଶ୍ନ ପଚାରିଥିଲେ, ସେ କାର୍ତ୍ତିକ ଆର୍ଯ୍ୟଙ୍କ ନାମ ନେଇଥିଲେ ଏବଂ ପରେ କାର୍ତ୍ତିକ ଏବଂ ସାରା ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com