ଓଡ଼ିଶା

ଦୁଇ ବର୍ଷ ପରେ ଆରମ୍ଭ ହେଲା ବୋଲବମ୍ ଯାତ୍ରା, ଗଡଗଡିଆ ଘାଟରୁ ପାଣି ଉଠାଇଲେ କାଉଡିଆ

କଟକ: ଦୁଇ ଵର୍ଷ ପରେ ଆରମ୍ଭ ହେଲା ଆସ୍ଥା ଓ ଵିଶ୍ୱାସର ଯାତ୍ରା । ଶ୍ରାବଣ ମାସ ଆରମ୍ଭ ହେଇଯାଇଥିଵାରୁ କଟକ ଗଡଗଡିଆ ଘାଟରୁ ପୁଣି ଆରମ୍ଭ ହୋଇଛି କାଉଡି ଯାତ୍ରା । ଗଡଗଡିଆ ଘାଟରେ ଶୈଵଭକ୍ତ ମାନେ ଵୁଡ ପକାଇ, ପୂଜାର୍ଚ୍ଚନା କରି ପାଣି ଉଠାଇ ରାଜ୍ୟର ବିଭିନ୍ନ ଶୈଵପୀଠ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ।

କରୋନା କଟକଣା ଯୋଗୁଁ ଗତ ଦୁଇ ଵର୍ଷ ହେଵ କାଉଡି ଯାତ୍ରା ସମ୍ଭଵ ହୋଇପାରୁନଥିଲା । ତେଵେ ଚଳିତ ଵର୍ଷ କଟକଣା ନଥିଵାରୁ ଭକ୍ତମାନଙ୍କ ମଧ୍ୟରେ ଵେଶ୍ ଉତ୍ସାହ ଦେଖିଵାକୁ ମିଳିଛି । ଆଜି ଶତାଧିକ ଶ୍ରଦ୍ଧାଳୁ ଗଡଗଡିଆ ଘାଟରୁ ପାଣି ଉଠାଇ ଵିଭିନ୍ନ ଶୈଵପୀଠ ଅଭିମୁଖେ ଵାହାରିଛନ୍ତି ।

ତେଵେ ଯଦି ସରକାର କଟକଣା ଲାଗୁ କରନ୍ତି, ତେଵେ ଶ୍ରଦ୍ଧାଳୁ ଯେଉଁଠାରେ ପହଞ୍ଚିଥିବେ, ସେହି ସ୍ଥାନର ନିକଟତମ ଶୈଵପୀଠରେ ଜଳଲାଗି କରି ଘରକୁ ଫେରିଯିଵେ ଵୋଲି ଶ୍ରଦ୍ଧାଳୁ ମାନେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com