ଜାତୀୟ

ସୁପ୍ରିମକୋର୍ଟରେ ସକାଳ ୯ରୁ ଆରମ୍ଭ ହେଲା କାମ

ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଶୁକ୍ରବାର ଅନ୍ୟ ସାଧାରଣ ଦିନ ତୁଳନାରେ ଗୋଟିଏ ଘଣ୍ଟା ପୂର୍ବରୁ କାମ ଆରମ୍ଭ କରିଥିଲେ। ଖଣ୍ଡପୀଠର ସଦସ୍ୟ ଜଷ୍ଟିସ ୟୁୟୁ ଲଲିତ କହିଥିଲେ ଯଦି ଆମର ପିଲାମାନେ ସକାଳ ୯ଟାରୁ ସ୍କୁଲ ଯାଇ ପାରନ୍ତି, ତେବେ ବିଚାରପତି ଏବଂ ଆଇନଜୀବୀ ସକାଳ ୯ଟାରେ କାହିଁକି କାମ ଆରମ୍ଭ କରିପାବେ ନାହିଁ । ଜଷ୍ଟିସ ୟୁୟୁ ଲଲିତ, ଜଷ୍ଟିସ ଏସ.ରବିନ୍ଦ୍ର ଭଟ ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ସକାଳ ୯ଟା ୩୦ରେ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟରରେ ଶୁଣାଣି ସାଧାରଣତଃ ସକାଳ ୧୦.୩୦ରେ ଆରମ୍ଭ ହୋଇଥାଏ । ଜଷ୍ଟିସ ୟୁୟୁ ଲଲିତ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ପାଇଁ ବରିଷ୍ଠତା କ୍ରମରେ ସବୁଠୁ ଆଗରେ ଅଛନ୍ତି । ଜଷ୍ଟିସ ୟୁୟୁ ଲଲିତ କହିଛନ୍ତି, ‘ମୋ ମତରେ, ଆମକୁ ଆଦର୍ଶ ଭାବେ ସକାଳ ୯ଟାରୁ କାମ କରିବା ଦରକାର । ମୁଁ ସବୁବେଳେ କୁହେ ଯଦି ପିଲାମାନେ ସକାଳ ୭ଟାରେ ସ୍କୁଲ ଯାଇ ପାରନ୍ତି, ତେବେ ଆମେ ସକାଳ ୯ଟାରେ କାହିଁକି ଆସି ପାରିବା ନାହିଁ’। ଜାନିମ ସହ ଜଡିତ ଏକ ମାମଲାର ଶୁଣାଣି ଶେଷ ହେବା ପରେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଖଣ୍ଡପୀଠର ଏହି ପଦକ୍ଷେକକୁ ପ୍ରଶଂସା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com