ଓଡ଼ିଶା

ବ୍ରହ୍ମପୁରରେ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର,୧୮/୦୭/୨୦୨୨- ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା । ବ୍ରହ୍ମପୁରର ଗର୍ବ ଓ ଗୌରବ ତଥା ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଓଡ଼ିଶାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଶିବରାମ ପାତ୍ର, ଶାଶ୍ୱତ ସାହୁ ଏବଂ ଦୀପକ କୁମାର ନାୟକଙ୍କୁ ବ୍ରହ୍ମପୁର ମହାନଗର ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠନଗର ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳ ବ୍ରହ୍ମପୁର ମହାନଗର ସଭାପତି ଅଜିତ କୁମାର ପଣ୍ଡା, ଗଞ୍ଜାମ ଜୋନ ବିଜୁ ଛାତ୍ର ଜନତା ଦଳ ସଭାପତି ଜ୍ୟୋତି ରଞ୍ଜନ ସାହୁ ଏବଂ ବ୍ରହ୍ମପୁର ମହାନଗର ବିଜୁ ଛାତ୍ର ଜନତା ଦଳ ସଭାପତି ଶୋଭନ କୁମାର ନାୟକଙ୍କ ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏବଂ ଅଭିଭାବକମାନେ ଉପସ୍ଥିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com