ଓଡ଼ିଶା

ବାରମ୍ୱାର ଟଙ୍କା ନେଇ କାମ କରୁନଥିଲେ, ୧୦ ହଜାର ସହ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ASO

ଭଦ୍ରକ() ନଗଦ ୧୦ ହଜାର ଟଙ୍କା ନେବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ମାଡିବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ସାଂଳପୁର ସ୍ଥିତ ଆଇ ଜି ଏମ କଲେଜର ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ।

ସୂଚନା ଅନୁଯାୟୀ ଆଇଜିଏମ କଲେଜର ପୂର୍ବତନ କର୍ମଚାରୀ ପ୍ରଫୁଲ୍ଲ ପୃଷ୍ଟିଙ୍କର ୨୦୨୦ ମସିହାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଗ୍ରାଚ୍ୟୁଇଟ ଓ ଅନ୍ୟାନ୍ୟ ବିଲ ବାବଦକୁ ଟଙ୍କା ବକେୟା ରହିଛି । ତେବେ ଅନେକ ଥର ମୃତକଙ୍କ ପୁଅ ପୀୟୂଷ ପ୍ରତୀକ ପୃଷ୍ଟି ସେକ୍ସନ ଅଫିସର ପ୍ରଭାତ କୁମାର ନାୟକଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଭାତ ମଧ୍ୟ ପୂର୍ବରୁ କାମ କରାଇଦେବା କହି ବହୁଥର ଟଙ୍କା ନେଇଥିଲେ । ଶେଷରେ ଆଜି ବାଲେଶ୍ୱରରୁ ଫେରିବା ବେଳେ ଆରଡ଼ି ଛକ ନିକଟରେ କାର ଅଟକାଇ ପୋଲ ତଳେ ମୃତକଙ୍କ ପୁଅଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିଲେ । ପୂର୍ବ ଯୋଜନା ମୁତବିକ ଭିଜିଲାନ୍ସର କର୍ମଚାରୀମାନେ ଲୁଚି ରହିଥିଲେ ଓ ଟଙ୍କା ନେବା ମାତ୍ରକେ ପ୍ରଭାତ ନାୟକଙ୍କୁ ଧରିଥିଲେ । ତେବେ  ଭିଜିଲାନ୍ସ ଅଫିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com