ଜାତୀୟରାଜନୀତି

କଂଗ୍ରେସ ସଭାପତି ନିର୍ବାଚନ ଲଢିବେ ଅଶୋକ ଗେହଲଟ

ନୂଆଦିଲ୍ଲୀ, ୨୩/୦୯/୨୦୨୨-  କଂଗ୍ରେସ ସଭାପତି ନିର୍ବାଚନ ଲଢିବାକୁ ସମ୍ମତି ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାହୁଲ ଓ ସୋନିଆ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ଗେହଲଟ ଏହା ସ୍ପଷ୍ଟ କରିଛନ୍ତି । ଏହାସହ ଗାନ୍ଧି ପରିବାରର କୌଣସି ସଦସ୍ୟ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବେନି ବୋଲି ରାହୁଲ ସ୍ପଷ୍ଟ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗେହଲଟ୍ । ସେପଟେ ଯଦି ଗେହଲଟ୍ ସଭାପତି ହୁଅନ୍ତି ତା’ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ । ଏଭଳି ପରିସ୍ଥିତିରେ ଦଳର ବରିଷ୍ଠ ନେତା ସଚିନ୍ ପାଇଲଟ୍‌ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

ତେଣୁ  କଂଗ୍ରେସର ପରବର୍ତ୍ତୀ ସଭାପତି ନିର୍ବାଚନ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ ଶଶି ଥରୁର୍ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଚଳାଇ ଥିବାବେଳେ ଏଥର କଂଗ୍ରେସର ସଭାପତି ନିର୍ବାଚନରେ ଥରୁର୍ ବନାମ୍ ଗେହଲଟ୍‌ଙ୍କ ମଧ୍ୟରେ ନିର୍ବାଚନୀ ଲଢ଼େଇ ହୋଇପାରେ । ଏହି ସମ୍ପର୍କରେ ଅଧିକ ଆଲୋଚନା ପାଇଁ ରାହୁଲଙ୍କ ସହ ଗେହଲଟ୍ ଶୁକ୍ରବାର ନୂଆଦିଲ୍ଲୀ ଯାଇ ସୋନିଆଙ୍କୁ ଭେଟିବା ସହ ଦଳର କିଛି ବରିଷ୍ଠ ନେତାଙ୍କୁ ଭେଟି ଆଲୋଚନା କାରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com