ଓଡ଼ିଶା

ବାଇକ୍‌ରେ ଆସିଲେ, ବୋଲେରୋ ନେଇ ଚମ୍ପଟ ମାରିଲେ ଲୁଟେରା

ଭଦ୍ରକ : ରାତି ଅଧରେ ବୋଲେରୋ ଗାଡ଼ି ନେଇ ଚମ୍ପଟ । ସିସିଟିଭିରେ କଏଦ ହେଲେ ଚୋର । ବାଇକରେ ଦୁଇ ଜଣ ଚୋର ଯାଇଥିବା ବେଳେ ଜଣେ ବାଇକରେ ଫେରିଛି ଓ ଅନ୍ୟ ଜଣେ ବୋଲେରୋ ନେଇ ଫେରାର ହୋଇଯାଇଛି ।

ଖବର ଅନୁଯାୟୀ, ଭଦ୍ରକ ସହରରେ ଦିନକୁ ଦିନ ଚୋରି, ଡକାୟତି ଓ ଲୁଟ ବଢିବାରେ ଲାଗିଛି । ଚରମ୍ପା ଅଞ୍ଚଳରୁ ଏକ ବୋଲେରୋ ଗାଡ଼ିକୁ ଲୁଟି ନେଇଛନ୍ତି ଦୁଇ ଜଣ ଲୁଟେରା । ଲୁଟ୍‌ ସମୟର ଚିତ୍ର ସିସିଟିଭିରେ କଏଦ ହୋଇଛି । ରାତିରେ ଦୁଇ ଜଣ ଲୁଟେରା ଏକ ବାଇକରେ  ଲାଏନ୍ସ କ୍ଲବର ସଭାପତି ଅଶୋକ ମହାନ୍ତିଙ୍କ ଚରମ୍ପା ସ୍ଥିତ ଘରକୁ ଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି । ପରେ କିଛି ସମୟ ପରେ ଜଣେ ଲୁଟେରା ବାଇକରେ ଆସୁଥିବା ବେଳେ ଅନ୍ୟ ଜଣେ ଲୁଟେରା ଏକ ବୋଲେରୋ ଗାଡ଼ି ( OD 05Q 9418) କୁ ନେଇ ଚମ୍ପଟ ମାରିଛନ୍ତି । ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com