କ୍ରୀଡ଼ା

ଦିନିକିଆ କ୍ରିକେଟ୍‌କୁ ବାଏ ବାଏ କହିଲେ ବେନ୍‌ ଷ୍ଟୋକ୍ସ, ଶେଷ ମ୍ୟାଚ୍‌ରେ ବି କରିପାରିଲେନି ଖାସ୍‌ ରନ୍‌ କି ବୋଲିଂ

ଇଂଲଣ୍ଡ: ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ଷ୍ଟାର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ବେନ୍‌ ଷ୍ଟୋକ୍ସ । ହେଲେ ନିଜ ଶେଷ ଦିନିକିଆ ମ୍ୟାଚ୍‌ରେ ବୋଲିଂ ଓ ବ୍ୟାଟିଂରେ କମାଲ୍‌ କରିପାରନଥିଲେ । କେବଳେ ଏତିକି ନୁହେଁ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୬୨ ରନ୍‌ ହାରିଛି ଇଂଲଣ୍ଡ ।

ଖବର ଅନୁଯାୟୀ, ସୋମବାର ଦିନ ବେନ୍‌ ଷ୍ଟାକ୍ସ ନିଜର ଦିନିକିଆ କ୍ୟାରିୟରରୁ ଅବସର ନେବାକୁ ଘୋଷଣା କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଙ୍ଗଳବାର ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌, ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍‌ ବୋଲି କହିଥିଲେ । ନିଜର ଶେଷ ମ୍ୟାଚ୍‌ରେ ବେନ୍‌ ଷ୍ଟୋକ୍ସ ନିଜର ବୋଲିଂରେ ଖାସ୍‌ କମାଲ କରିପାରିନଥିଲେ । ସେ ୫ ଓଭର ବୋଲିଂ କରି ୪୪ ରନ୍‌ ଦେଇଥିଲେ। ଏହାସହିତ କୌଣସି ବି ଓ୍ୱିକେଟ୍‌ ନେଇପାରିନଥିଲେ । ସେହିପରି ବ୍ୟାଟିଂରେ ମଧ୍ୟ ଟିମ୍‌ ପାଇଁ ସେତେଟା କରିସ୍ମା କରିପାରନଥିଲେ । ମ୍ୟାଚ୍‌ରେ ସେ ମାତ୍ର ୫ ରନ୍‌ କରି ଆଉ ହୋଇଯାଇଥିଲେ ।

ସେପଟେ ସିରିଜ୍ର  ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫୦ ଓଭର ବ୍ୟାଟିଂ କରି ୫ ଓ୍ୱିକେଟ୍‌ ହରାଇ ୩୩୩ ରନ୍‌ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ବେନ୍‌ ସର୍ବାଧିକ ୧୩୩ ଏବଂ ମାର୍କରମ ୭୭ ରନ୍‌ କରିଥିଲେ । ତେବେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଦିଆଯାଇଥିବା ୩୩୩ ରନ୍‌ର ଟାର୍ଗେଟକୁ ପିଛା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିଲେ ଇଂଲଣ୍ଡ ଟିମ୍‌ । ଘରୋଇ ଟିମ୍‌ ୪୬.୫ ଓଭରର ସମସ୍ତ ଓ୍ୱିକେଟ୍‌ ୨୭୧ ରନ୍‌ ସଂଗ୍ରହ କରିପାରିଥିଲା । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୬୨ ରନ୍‌ରେ ହାରିଥିଲେ ଇଂଲଣ୍ଡ ।

Related Articles

Back to top button
WP Twitter Auto Publish Powered By : XYZScripts.com