ଓଡ଼ିଶା

ସାନଖେମୁଣ୍ଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର,୨୧/୦୭/୨୦୨୨-  ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡଙ୍ଗପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବୁଧବାର ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏଥିସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ, ଉପାଧ୍ୟକ୍ଷା ରିଙ୍କି ନାୟକ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ମାଝୀ ସମେତ ଜିଲ୍ଲା ପରିଷଦ ଅମିନ ପ୍ରଧାନ, ବିଜୟ କୁମାର ପ୍ରଧାନ, ମାମାନୀ ପାତ୍ର, ସୁଲତା ରାଣୀ ସ୍ବାଇଁ ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଖବରନୁଯାୟୀ , ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ , ଆତ୍ମ ନିର୍ଭରଶୀଳ କରିବା , ଆବଶ୍ଯକୀୟ ଉପକରଣ ଯୋଗାଇଦେବା , ପ୍ରମାଣପତ୍ର ଓ ପରିଚୟ ପତ୍ର ପ୍ରଦାନ , ବିଭିନ୍ନ ବ୍ଯାଙ୍କ ସହାୟତାରେ ଋଣ ଯୋଗାଣ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସଂପୃକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ପାଇଁ ଏଭଳି କାର୍ଯ୍ୟକ୍ରମ କରିବାପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ଆଜି ବ୍ଳକ ଅଧିନସ୍ଥ ସମସ୍ତ ପଞ୍ଚାୟତର ଭିନ୍ନକ୍ଷମ ମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ୫୮୮ ଜଣ ଭିନ୍ନକ୍ଷମ ରେଜିଷ୍ଟ୍ରେସନ କରିଥିବା ବେଳେ ୭୯ ଜଣ ଦୃଷ୍ଟିହୀନ, ସାମାଜିକ ବିକଳାଙ୍ଗ ୪୫ , ମୁକବଧିର ୧୧୬ ଭଳି ଅନେକ ଭିନ୍ନକ୍ଷମଙ୍କୁ ସେମାନଙ୍କ ଦିବ୍ୟାଙ୍ଗ ଉପକରଣ ପ୍ରଦାନ କରାଯିବା ସହ ବାର୍ଦ୍ଧକ୍ୟ ଭତ୍ତା , ରାସନ କାର୍ଡ ଭଳି ଅନେକ ଅନେକ କାର୍ଡ ବଣ୍ଟା ଯାଇଥିଲା । ଏଥିସହ ଟ୍ରାଇ ସାଇକେଲ ଓ ହୁଇଲ୍ ଚେୟାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ସମେତ ଅଙ୍ଗନୱାଡ଼ି କର୍ମୀ ସମେତ ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ ଓ ଗ୍ରାମବାସୀ ମାନେ ମିଳିତ ଭାବେ ସହଯୋଗ ପ୍ରଦାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com