ଏହାରି ଭିତରେ ବର୍ତ୍ତମାନ ରୋହମାନ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ପ୍ରେମ କରୁଥିବା ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି। ଭିଡିଓରେ ରୋହମାନ କୁହନ୍ତି,’ମଣିଷ କାହିଁକି ପ୍ରେମରେ ଏତେ ଦୁଖିତ? ସମସ୍ତେ ସମସ୍ତ ପାର୍ଟନରଙ୍କ ଠାରୁ ବହୁତ କିଛି ଆଶା କରନ୍ତି । ସେସବୁକୁ ସଂପୂର୍ଣ୍ଣ କରିବାକୁ କାହିଁକି ଆଶା କରୁଛ? ତୁମେ କାହିଁକି ନିଜକୁ ସଂପୂର୍ଣ୍ଣ କରୁନାହଁ? କାହିଁକି କାହାକୁ ଆଶା କର, ନିଜକୁ ଖୁସି ରଖ । କେବଳ ଏତିକି ହିଁ ନୁହେଁ ତୁମଏ ତୁମ ବ୍ୟତୀତ ଅନ୍ୟ କେହି ତୁମକୁ ଖୁସି କରିପାରିବେ ନାହିଁ । ତେଣୁ ନିଜେ ଖୁସି ରୁହ ।
ଏହି ଭିଡିଓକୁ ଦେଖିବା ମାତ୍ରେ ପ୍ରଶଂସକମାନେ ରୋହମାନଙ୍କ କଥାକୁ ବହୁତ ପସନ୍ଦ କରିଥିଲେ। ସମସ୍ତେ ତାଙ୍କର ଶାନ୍ତ ଏବଂ ଏପରି ସମ୍ବେଦନଶୀଳ ଆଚରଣକୁ ମଧ୍ୟ ପ୍ରଶଂସା କରୁଛନ୍ତି । ଏଥି ସହିତ କିଛି ପ୍ରଶଂସକ କମେଣ୍ଟ କରିଛନ୍ତି କି ରୋହମାନଙ୍କ ପାଇଁ ସୁସ୍ମିତା ଉପଯୁକ୍ତ ଥିଲେ।