Featuredଜାତୀୟବାଣିଜ୍ୟ

୨୦୦୦ ହଜାର ଟଙ୍କିଆ ଦିଅ ୨୧୦୦ ନିଅ, ଜବରଦସ୍ତ ଅଫର ଦେଲେ ବ୍ୟବସାୟୀ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ସାରା ଦେଶରେ ୨ ହଜାର ଟଙ୍କିଆ ନୋଟକୁ ନେଇ ଚହଳ ପଡ଼ିଛି । ଆଉ ଏହି ସମୟରେ ଜବରଦସ୍ତ ଅଫର ଦେଇଛନ୍ତି ଜଣେ ବ୍ୟବସାୟୀ । ଯାହା ଜାଣିବାପରେ ତାଙ୍କ ପାଖରେ ଲୋକଙ୍କ ଭିଡ଼ ଜମିଛି । ଅଫର ଅନୁସାରେ ତାଙ୍କୁ ୨୦୦୦ ହଜାର ଟଙ୍କିଆ ନୋଟ ଦେଲେ ସେ ୨୧୦୦ ଟଙ୍କା ଫେରେଇବେ ।

ସେପ୍ଟେମ୍ବର ଶେଷ ସୁଦ୍ଧା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇଛି। ଏହା ପରେ ବିଭିନ୍ନ ବ୍ୟାଙ୍କରେ ଏହାକୁ ବଦଳାଇବା ପାଇଁ ଲୋକଙ୍କ ଭିଡ଼ ଲାଗିଛି । ଏହି ନୋଟକୁ ଅଧିକ ସଂଖ୍ୟାରେ ରଖିଥିବା ଲୋକ ଧରାନପଡ଼ିବା ପାଇଁ ମନ୍ଦିରକୁ ମଧ୍ୟ ଗୁପ୍ତରେ ଦାନ ଦେଉଛନ୍ତି । ତେବେ ଏମିତି ସମୟରେ ଏଭଳି ଅଫର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।  ଏହି ଅଫର ଦେଇଛନ୍ତି ଜଣେ ମାଂସ ବ୍ୟବସାୟୀ । ଲୋକମାନଙ୍କୁ ଏହି ସୁବିଧା ଜଣାଇବା ପାଇଁ ସେ ମଧ୍ୟ ତାଙ୍କ ଦୋକାନରେ ପୋଷ୍ଟର ଲଗାଇଛନ୍ତି । ସେପଟେ ଲୋକମାନେ ମଧ୍ୟ ଏହି ସୁବିଧାର ଫାଇଦା ନେବାପାଇଁ ତାଙ୍କ ପାଖକୁ ଯାଉଛନ୍ତି । ତେବେ ୨୦୦୦ ଟଙ୍କିଆ ନୋଟ ବଦଳରେ ସେ ୨୧୦୦ ଟଙ୍କା ନଗଦ ଦେଉନାହାନ୍ତି । ବରଂ ୨୧୦୦ ଟଙ୍କା ମୂଲ୍ୟର ମାଂସ ଦେଉଛନ୍ତି । ଏହି ଅଫର ଦେଉଥିବା ବ୍ୟକ୍ତି ଦିଲ୍ଲୀରେ ମାଂସ ବ୍ୟବସାୟ କରନ୍ତି । ଏହାଦ୍ୱାରା ତାଙ୍କର ବ୍ୟବସାୟ ବଢ଼ିବ ବୋଲି ସେ ଆଶା କରିଛନ୍ତି । ସୋସିଆଲ ମିଡିଆରେ ଏହାର ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com