Featuredଜାତୀୟ

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ୩.୮ତୀବ୍ରତାର ଭୂକମ୍ପ ଅନୁଭୂତ। ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ପିଟିଆଇ ରିପୋର୍ଟ କରିଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି।

ଭୂକମ୍ପର କେନ୍ଦ୍ରସ୍ଥଳ ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗର ୧୦କିଲୋମିଟର ଗଭୀରରେ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଛି। ଏହି ଭୂକମ୍ପରେ କେହି ମୃତାହତ ହେବାର ଖବର ମିଳିନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com