Featuredଜାତୀୟ

କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ,ବିରଳ ରୋଗ ପାଇଁ ଆମଦାନି କରାଯାଉଥିବା ଔଷଧ ଉପରେ ମୂଳ ସୀମା ଶୁଳ୍କ ସମ୍ପୂର୍ଣ୍ଣ ହେବ ଛାଡ଼

ଏଣିକି ସବୁ ବିରଳ ରୋଗ ପାଇଁ ବ୍ୟକ୍ତିଗତ ଚିକିତ୍ସା ଉଦ୍ଦେଶ୍ୟରେ ଆମଦାନି କରାଯାଉଥିବା ଔଷଧ ଓ ଖାଦ୍ୟ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯିବ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ ଏକ ସାଧାରଣ ଶୁଳ୍କଛାଡ଼ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ ବିରଳ ରୋଗ ନୀତି ୨୦୨୧ ଅଧୀନରେ ତାଲିକାଭୁକ୍ତ ହୋଇଥିବା ସବୁ ବିରଳ ରୋଗ ପାଇଁ ଆମଦାନି କରାଯାଉଥିବା ଔଷଧ ଓ ଖାଦ୍ୟ ଉପରେ ସୀମା ଶୁଳ୍କ ରିହାତି ଦେବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଏହି ଶୁଳ୍କ ଛାଡ଼ ସୁବିଧା ପାଇବା ଲାଗି ଆମଦାନିକାରୀମାନଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ/ସିଭିଲ ସର୍ଜନଙ୍କ ଠାରୁ ଏକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ସାଧାରଣତଃ ଔଷଧୀୟ ସାମଗ୍ରୀ ଉପରେ ୧୦% ମୂଳ ସୀମାଶୁଳ୍କ ଲାଗୁ ହୋଇଥାଏ। ଅନ୍ୟ କେତେକ ଜୀବନ ରକ୍ଷାକାରୀ ଔଷଧ ଉପରେ ୫% ରିହାତି ଦରରେ ସୀମା ଶୁଳ୍କ ଲାଗୁ ହୋଇଥାଏ କିମ୍ବା ସମ୍ପୂର୍ଣ୍ଣ ଶୁଳ୍କ ଛାଡ଼ କରାଯାଇଥାଏ।

ଏବେ ସରକାର ସୀମାଶୁଳ୍କ ଛାଡ଼ କରିଥିବାରୁ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ଏବଂ ଏହାଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଉପକୃତ ହୋଇପାରିବେ। ସରକାର ବିଭିନ୍ନ କର୍କଟ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ପେମ୍ବ୍ରୋଲିଜୁମାବ ଉପରୁ ମୂଳ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com