ଜାତୀୟ

ଦୃଷ୍ଟି ଶକ୍ତି ହରାଇ ଗ୍ରାହକଙ୍କ ପାଇଁ ଚିପ୍ସ କରୁଛନ୍ତି ବୃଦ୍ଧ

ନୂଆଦିଲ୍ଲୀ: ଦୃଷ୍ଟି ଶକ୍ତି ହରାଇଛନ୍ତି , କଦଳୀ ଚିପ୍ସ କରି ପରିବାର ପ୍ରତିପୋଷଣ କରୁଛନ୍ତି ବୃଦ୍ଧ। ଚୁଲିରୁ ବାହାରୁଥିବା ଧୂଆଁ  ପାଇଁ ଦୃଷ୍ଟି ଶକ୍ତି ହରାଇଲେ ତଥାପି କାମରେ ଅବହେଳା କରୁନାହାନ୍ତି ଏହି ବ୍ୟକ୍ତି। ବ୍ୟକ୍ତିଙ୍କ ଚିପ୍ସ ତିଆରି କରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟି  ନାଶିକର୍‌ର ।  ନାଶିକର ଏହି ବୃଦ୍ଧ ଜଣଙ୍କ ଦୀର୍ଘଦିନ ହେବ କଦଳି ଚିପ୍ସ କରି ପରିବାର ପ୍ରତିପୋଷଣ କରୁଥିଲେ।  ଚୁଲି ଧୂଆଁ ପାଇଁ ତାଙ୍କ ଦୃଷ୍ଟି ଶକ୍ତି ମଧ୍ୟ ଚାଲିଗଲା। ତଥାପି ଅନ୍ୟ କୌଣସି ପେଷା ବାଛିବା ପରିବର୍ତ୍ତେ ସେ ସେମିତି କଦଳି ଚିପ୍ସ କରି ରୋଜଗାର କରୁଛନ୍ତି। ଏଥିରେ ତାଙ୍କ ପୁଅ ମଧ୍ୟ ସହଯୋଗ କରୁଛନ୍ତି। ସେ ବାପାକୁ କଦଳିକୁ ଆଣରେ ବୁଡାଇ ଦେବାପରେ ବୃଦ୍ଧ ତାକୁ ତେଲରେ ଛାଣୁଛନ୍ତି।

ଏପରି କରିବା ପଛରେ ରହିଛି ଏକ କାରଣ।  ବୃଦ୍ଧଙ୍କ କଦଳି ଚିପ୍ସ ବେଶ୍‌ ସୁଆଦିଆ। ଯାହାକୁ ଖାଇବା ପାଇଁ ଆଖ ପାଖ ଅଞ୍ଚଳର ଲୋକେ ଆସିଥାନ୍ତି। ଗ୍ରାହକଙ୍କ ମନ ରକ୍ଷା କରିବା ପାଇଁ କଷ୍ଟ ସହି ଏବେବି କଦଳି ଚିପ୍ସ କରୁଛନ୍ତି ବୃଦ୍ଧ।

ଗ୍ରାହକ ମାନେ ମଧ୍ୟ ବୃଦ୍ଧଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏଥିରୁ ଯାହା ରୋଜଗାର ସେଥିରେ ଚଳୁଛି ୪ ପ୍ରାଣୀ କୁଟୁମ୍ବ।

Related Articles

Back to top button
WP Twitter Auto Publish Powered By : XYZScripts.com